ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କେନ୍ଦ୍ର ବଢ଼ାଇଲା କୋଭିଡ ଗାଇଡଲାଇନ୍
ଦିଲ୍ଲୀ: ଅଗଷ୍ଟ ୨୮: ଆଗକୁ ପର୍ବପର୍ବାଣୀ ଆସୁଛି । ଏଥିରେ ଅଧିକ ଜନସମାଗମ ହୋଇପାରେ । ସେହିପରି କେତେକ ରାଜ୍ୟରେ ଏବେ ମଧ୍ୟ କରୋନା ସଂକ୍ରମଣ ହାର କମିନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ଗାଇଡଲାଇନ୍କୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ଏକ ନୂତନ ନିର୍ଦ୍ଦେଶନାମା ଜାରି କରି ରାଜ୍ୟର ସମସ୍ତ ସଚିବଙ୍କୁ ଚିଠି ଦେଇଛନ୍ତି । ଏହାସହ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।
କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ପଞ୍ଚସୂତ୍ରୀ ନୀତି ଗ୍ରହଣ କରିବାକୁ କେନ୍ଦ୍ର ଚିଠିରେ କହିଛି । ସେଗୁଡ଼ିକ ହେଲା-ଟ୍ରେଷ୍ଟ, ଟ୍ରାକ୍, ଟ୍ରିଟ୍, ଭାକ୍ସିନ ଏବଂ କୋଭିଡ ସଂଯମ ଆଚରଣ । ଏହିସବୁ କୋଭିଡ ଗାଇଡ୍ଲାଇନ ଜୁନ୍ ମାସ ୨୯ରେ ଜାରି ହୋଇଥିଲା । ଯେଉଁଠାରେ କରୋନା ସଂକ୍ରମଣ ହାର କମ୍ ରହିଛି ସେଠାକାର ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମିତ ମନିଟରିଂ କରିବା ଆବଶ୍ୟକ ବୋଲି କେନ୍ଦ୍ର କହିଛି ।
Comments are closed.