ଭୁବନେଶ୍ୱର : ପାଇପ ଗୋଦାମରେ ଅଗ୍ନିକାଣ୍ଡ I ଅଳିଆ ଜାଳିବା ପରେ ଏଥିରୁ ଅଗ୍ନିକାଣ୍ଡ ଘଟି ଗୋଦାମରେ ନିଆଁ ଲାଗିଯାଥିବା ଜଣା ପଡିଛି I ଘଟଣା ଘଟିଛି ଇନ୍ଫୋସିଟି ଥାନା ଅନ୍ତର୍ଗତ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଲିଙ୍ଗରାଜ ପାଇପରେ I ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଦମକଳବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛି I ତେବେ କେହି ଜଣେ ପୈଇପର ଅଳିଆ ଗୋଦାମରେ ନିଆଁ ଲଗାଇଦେଇଥିବା କର୍ତୃପକ୍ଷ ଅନୁମାନ କରୁଛନ୍ତି I ବର୍ତ୍ତମାନ ସୁଦ୍ଧା ୨ ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି I ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି I
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)