ପାରଦର୍ଶୀ ପୋର୍ଟାଲରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଲଟେରୀ ମାଧ୍ୟମରେ ଚୟନ

ଭୁବନେଶ୍ୱର : ଜୁଲାଇ ୨୧: ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ନାମଲେଖାପାଇଁ ଓଡ଼ିଶା ସରକାରଙ୍କ ତରଫରୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ୫-ଟି ଯୋଜନା ଆଧାରରେ ଶୁଭାରମ୍ଭ ହୋିଥିବା ଏହି ପୋର୍ଟାଲ, ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୧୨ (୧)-ଗର ପରିପାଳନ ପାଇଁ କରାଯାଇଥିଲା । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଏବଂ ପୋଷ୍ଟର ଜରିଆରେ ସୂଚନା ଦିଆଯାିତିଲା । ଏହି ଆବେଦନ ଗତ ଫେବୃଆରୀ ମାସଠାରୁ ଆରମ୍ଭ ହୋଇ ଚଳିତ ଜୁଲାଇ ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ଅବଧି ମଧ୍ୟରେ ମୋଟ ୫୯୭୦ ଆବେଦନକୁ, ମୂଳ ପ୍ରମାଣପତ୍ର ସହ ବ୍ଳକ୍‌ ଶିକ୍ଷାଧିକାରୀମାନେ ଯାଞ୍ଚ କରିଥିଲେ । ସେଥିମଧ୍ୟରୁ ୩୮୩୯ ଚାତ୍ରଛାତ୍ରୀଙ୍କ ନାମକୁ ସମ୍ପୃକ୍ତ ବ୍ଳକ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଥିଲା । ଯୋଗ୍ୟ ଆବେଦନଗୁଡ଼ିକର ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ କରାଯାଇ, ୩୬୦୯ ଛାତ୍ରଛାତ୍ରୀଙ୍କ ନାମକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଥିଲା । ବ୍ଳକ୍‌ ଶିକ୍ଷାଧିକାରୀମାନେ ବର୍ତ୍ତମାନ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରେରଣ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା ୨୩.୦୭.୨୦୨୧ରିଖରୁ ତା ୩୧.୦୭.୨୦୨୧ରିଖ ମଧ୍ୟରେ ନାମ ଲେଖାଯିବ । ଦ୍ୱିତୀୟ ଚୟନରେ ପୁଣି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ସିଟ୍‌ ପାଇଁ ତା ୦୧.୦୮.୨୦୨୧ ରିଖ ଠାରୁ ତା୧୦.୦୮.୨୦୨୧ ରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ ।
ଦ୍ୱିତୀୟ ଚୟନ ଆବେଦନ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.rteparadarshi.odisha.gov.in ରେ ଆବେଦନ କରିପାରିବେ ।

Comments are closed.