ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ବ୍ଲକ, ଗୁମ୍ମା ବ୍ଲକ ଓ ରଣିପେଣ୍ଠା ପଞ୍ଚାୟତ କୁ ତିନି ଦିନିଆ ପାଇଁ ସଟ୍ଡ଼ାଊନ ଘୋଷଣା କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି:୨୬/୬ (ଗରୁଡ଼ ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲାରେ କରନା ପୋଜେଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି Iଏଣୁ ଏହାକୁ ରୋକିବା ପାଇଁ ଆଗାମୀ ୨୮,୨୯ ଓ ୩୦ ତିନି ଧରି ଗଜପତି ଜିଲ୍ଲାର ସଦର ମହକୁମା ପାରଳଖେମୁଣ୍ଡି, କାଶୀନଗର ବ୍ଲକର ରାଣିପେଣ୍ଠା, ଗୁମ୍ମାବ୍ଲକ ଓ ଗୋଷାଣୀ ବ୍ଲକ କୁ ସଟ୍ଡ଼ାଊନ ଘୋଷଣା କଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା l ଏ ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି l ଏହି ସମୟରେ ଉପୋରକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ୪୦ ଟିମ୍ ଘର ଘର ବୁଲି ସମସ୍ତଙ୍କୁ କରୋନା ଲକ୍ଷଣ ଯଥା ଜ୍ଵର, ଖାସ, ଥଣ୍ଡା, ଡାଇରିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ପଚାରି ବେ ଏବଂ ବିସ୍ତୃତ ବିବରଣୀ ଉଲ୍ଲେଖ କରି ନେବେ l ସ୍ବାସ୍ଥ୍ୟ ବିଭାଗ ଏହି ଟିମ କୁ ଜନସାଧାରଣ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବା ସହ ନିଜ ଆଡୁ ତଥ୍ୟ ଟିମ୍ କୁ ଜଣାଇବା ପାଇଁ କହିଛନ୍ତି ଜିଲ୍ଲାପାଳ l ଦୁଗ୍ଧ ଦୋକାନ ଖୋଲା ରହିବ l ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ସବୁ ବନ୍ଦ ରହିବ l ସଟ୍ଡାଉନ୍ ଅଞ୍ଚଳରେ ବସ ବାସ କରୁଥିବା ଜନସାଧରଣ ଘର ବାହାରକୁ ନ ବାହରି ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା l ଗଜପତି ଜିଲ୍ଲାରେ ଆଜି ଆଉ ୭ କରୋନl ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୪୧୧ ରେ ପହଞ୍ଚିଛି l
Comments are closed.