ଆଜିକାଲି ସମସ୍ତେ ଅଫିସ୍ରେ ଚେୟାରରେ ପାଖାପାଖି ୭ ରୁ ୮ ଘଣ୍ଟା ବସି କାମ କରିବାକୁ ପଡୁଛି । ତେବେ ଏହି କାରଣରୁ ପିଠି, ବେକରେ ଯନ୍ତ୍ରଣା ଅନୁଭୂତ ହେଉଛି । ଏତେ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆମର ମେରୁଦଣ୍ଡ ଉପରେ ପ୍ରଭାବ ପଡୁଛି, ଯେଉଁ କାରଣରୁ ପିଠି ଓ ବେକରେ ଯନ୍ତ୍ରଣା ହେଉଛି । ତେବେ କିଛି ବ୍ୟାୟାମ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ । ଏହି ସମସ୍ତ ବ୍ୟାୟାମକୁ କୌଣସି ଟ୍ରେନରଙ୍କ ଠାରୁ ଶିଖି ଆପଣ ଘରେ ଅଭ୍ୟାସ କରିପାରିବେ । ତେବେ ସବୁବେଳେ ଧ୍ୟାନ ରଖନ୍ତୁ ଯେପରି ଏକ୍ସରସାଇଜ୍କୁ ନିର୍ଭୁଲ ଭାବେ କରିପାରିବେ ।
ପ୍ଲାଙ୍କ୍ – ଏହି ସମସ୍ତ ଯନ୍ତ୍ରଣା ପାଇଁ ପ୍ଲାଙ୍କ ସବୁଠାରୁ ଭଲ ଏକ୍ସରସାଇଜ୍ ହୋଇଥାଏ । ପ୍ଲାଙ୍କ କରିବା ଦ୍ୱାରା ପୁରା ଶରୀରର ବ୍ୟାୟାମ ହୋଇଥାଏ । ଏହି ବ୍ୟାୟାମରେ ଶରୀରର ଭାର ଗୋଡ ଆଙ୍ଗୁଠି ଓ ହାତ ଉପରେ ରହିଥାଏ, ଯାହା ପିଠି ଯନ୍ତ୍ରଣା ପାଇଁ ବେଶ୍ ଉପକାରୀ ହୋଇଥାଏ । ଏହାକୁ ଧ୍ୟାନର ସହ ଦିନକୁ ୨ମିନିଟ୍ ପର୍ଯ୍ୟନ୍ତ କରନ୍ତୁ ବିଶେଷ ଲାଭ ମିଳିବ ।
ବ୍ରିଜ୍ ପୋଜ୍
ଏହି ଏକ୍ସରସାଇଜ୍ ମଧ୍ୟ ଆମର ମେରୁଦଣ୍ଡ ପାଇଁ ଲାଭ ଦାୟକ ହୋଇଥାଏ । ଏହି ପୋଜ୍ର ଆକୃତି ବ୍ରିଜ୍ ଭଳି ହୋଇଥିବାରୁ ଏହାର ନାଁ ବ୍ରିଜ୍ ପୋଜ ରଖାଯାଇଛି । ଏହି ପୋଜ୍ କରିବା ଦ୍ୱାରା ପିଠି ଓ କାନ୍ଧ ଉପରେ ଖୁବ ଭଲ ପ୍ରଭାବ ପଡିଥାଏ । ଏହା ଦ୍ୱାରା କାନ୍ଧ ଓ ପିଠିର ଏକ୍ସରସାଇଜ୍ ହୋଇଥାଏ ।
ବ୍ୟାକ୍ ଏକ୍ସଟେନସେନ୍
ଏହା ପିଠି ଯନ୍ତ୍ରଣା ସହିତ ବେକ ଯନ୍ତ୍ରଣା ପାଇଁ ବେଶ୍ ଅବଶ୍ୟକ ହୋଇଥାଏ । ଏଥିରେ ହାତକୁ ଷ୍ଟ୍ରେଚ୍ କରିବାକୁ ପଡିଥାଏ, ତେଣୁ ଖୁବ ଭଲ ଭାବେ ପିଠିର ବ୍ୟାୟାମ ହୋଇଥାଏ । ସେହିଭଳି ବେକ ସିଧା ରଖି ଏହି ବ୍ୟାୟାମ କରାଯାଉଥିବାରୁ ବେକର ଷ୍ଟ୍ରେଚିଂ ଖୁବ ଭଲରେ ହୋଇଥାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)