ଭୁବନେଶ୍ୱର : ଜୁନ ୨୩:ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସଦସ୍ୟଙ୍କ ସହ ନୂଆଦିଲ୍ଲୀ ହଜଖାସ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସଢେ ଚାରିକୋଟି ଓଡିଶାବାସୀ ଏବଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ରଥଯାତ୍ରା ଉସିବକୁ ପାଳନ କରାଯାଉଛି । ଏଥିପାଇଁ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ । ବିଶ୍ୱ ମହାମାରୀ କରୋନା ସହ ସାରା ବିଶ୍ୱ ଯେତେବେଳେ ସଂଘର୍ଷ କରୁଛି, ଏହାକୁ ସାମ୍ନା କରିିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥିାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
Comments are closed.