ପୁରୁଷ ତୀରନ୍ଦାଜ ଟିମ୍ କଲା ନିରାଶ
ଦିଲ୍ଲୀ: ଜୁଲାଇ ୨୬: ଆଜି ଚତୁର୍ଥ ଦିନରେ ପହଞ୍ଚିଛ ଟୋକିଓ ଅଲମ୍ପିକ୍ସ । ପୁରୁଷ ତୀରନ୍ଦାଜରେ ଭାରତୀୟମାନଙ୍କୁ ନିରାଶ ହେବାକୁ ପଡ଼ିଛି । କାଜାଖିସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାଟର ଫାଇନାଲ୍କୁ ଯାଇଥିବା ଭାରତୀୟ ତୀରନ୍ଦାଜ ଟିମ୍ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇଛିି । ଅତନୁ ଦାସ, ପ୍ରଭୀନ ଯାଧବ ଏବଂ ତରୁଣଦୀପ ରାୟ ଆଜି ୟୁମେନୋଶିମା ପାର୍କରେ ଦକ୍ଷିଣ କୋରିଆ ଟିମ୍ଙ୍କ ସହ ସାମ୍ନାସାମ୍ନି ହୋଇଥିଲେ । ଏଥିରେ ଭାରତୀୟ ତୀରନ୍ଦାଜର ଟିମ୍ ୦-୬ରେ ପରାସ୍ତ ହୋଇଥିଲେ ।
ଏବେ ଭାରତୀୟ ତୀରନ୍ଦାଜପ୍ରେମୀଙ୍କ ଭରସା ସିଙ୍ଗଲ ତୀରନ୍ଦାଜ ପ୍ରତିଯୋଗୀଙ୍କ ଉପରେ କେନ୍ଦ୍ରିତ । ଆସନ୍ତା ବୁଧବାର ଦିନ ପୁରୁଷ ଓ ମହିଳା ସିଙ୍ଗଲ ବର୍ଗର ତୀରନ୍ଦାଜ ପ୍ରତିଯୋଗିତା ହେବ । ମହିଳା ସିଙ୍ଗଲ ତୀରନ୍ଦାଜ ଦୀପିକା କୁମାରୀଙ୍କ ଉପରେ ଏବେ ସମସ୍ତଙ୍କର ଆଶା ।
ଅନ୍ୟପକ୍ଷେ, ଭାରତୀୟ ତଲବାରବାଜୀରୁ ମଧ୍ୟ ନିରାଶ ମିଳିଛି । ଭାରତର ତଲବାରବାଜ ଭବାନୀ ଦେବୀ ପ୍ରଥମ ମ୍ୟାଚ୍ରେ ଭଲ ପଦର୍ଶନ କରି ବିଜୟୀ ହୋଇଥିଲାବେଳେ ଦ୍ୱିତୀୟ ମ୍ୟାଚ୍ରେ ଫ୍ରାନ୍ସ ମହିଳା ଖେଳାଳୀ ମାନୋନ ବ୍ରୁନେଟ୍ଙ୍କଠାରୁ ପରାସ୍ତ ହୋଇଥିଲେ ।
ଟେବୁଲ ଟେନିସ୍ ଖେଳାଳୀ ମନିକା ବାତ୍ରା ଅଷ୍ଟ୍ରିଆ ଖେଳାଳୀ ସୋଫିଆ ପୋଲକାନୋବାଙ୍କଠାରୁ ୦-୪ରେ ପରାସ୍ତ ହୋଇଛନ୍ତି ।
Comments are closed.