ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ

କାନପୁର : ଜୁଲାଇ ୧୦:ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହେଇଛି I ବିକାଶ ଦୁବେ କୁ ମଧ୍ୟପ୍ରଦେଶ ରୁ ଗତ କାଲି ଗିରଫ କରାଯାଇଥିଲା ଏବଂ କାନପୁର ଅଣାଯାଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା । ସୂଚନା ଅନୁଯାୟୀ, ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଟି କାନପୁର ରେ ପହଂଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାର ସୁଯୋଗ ନେଇ ସେ ଖସି ପଳେଇବାକୁ ଉଦ୍ୟମ କରୁଥିବାବେଳେ. ପୋଲିସ ଏନକାଉଣ୍ଟର କରିଥିଲା I ବିକାଶ ଏବଂ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣା ରେ ଆହତ ହେଇଥିଲେ I ବିକାଶ ରୁ ଗାଡି ଭିତରୁ ବାହାର କରିବା ସମୟରେ ସେ ଜଣେ ଏସଟିଏଫ ମେମ୍ବର ଙ୍କ ଠାରୁ ପିସ୍ତଲ ଛଡାଇନେଇ ଫାୟାରିଂ କରିବାକୁ ଚେଷ୍ଟା କରିଥିଲା I ଏହି ପରିସ୍ଥିତି ରେ ପୋଲିସ ମଧ୍ୟ ଫାୟାରିଂ କରିଥିଲା ଏବଂ ପୋଲିସ ଗୁଳି ରେ ବିକାଶ ଗୁରୁତର ଭାବେ ଆହତ ହେଇଥିଲା I ପୋଲିସ ତାକୁ ହସ୍ପିଟାଲ ରେ ଭର୍ତି କରିଥିଲେ ଏବଂ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ I
ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ।
ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା।  ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା ।
ବିକାଶ ନିହତ ହେବା ପୂର୍ବରୁ, ଗତ ୭ ଦିନ ମଧ୍ୟରେ ତାର ୫ ଜଣ ସହଯୋଗୀ ମଧ୍ୟ ପୋଲିସ ଏନକାଉଣ୍ଟର ରେ ପ୍ରାଣ ହରାଇଛନ୍ତି I

Comments are closed.