ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ପହଞ୍ଚିଛନ୍ତି । ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡକୁ ଗସ୍ତ କରିଛନ୍ତି। ମୋଦୀ ପୋଲାଣ୍ଡ ରାଜଧାନୀ ବାରସାରେ ପହଞ୍ଚିବାପରେ ତାଙ୍କୁ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ କରିଥିଲେ। ପୋଲାଣ୍ଡ ଗସ୍ତ ଅବସରରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ବାରସାରେ ମୋଦୀ ସ୍ମାରକ ସ୍ଥଳ ବୁଲିବେ ଏବଂ ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପାଖାପାଖି ୨୫ ହଜାର ଭାରତୀୟ ବଂଶୋଦ୍ଭବ ସଦସ୍ୟଙ୍କୁ ମୋଦୀ ସମ୍ବୋଧିତ କରିବେ। ଆସନ୍ତାକାଲି ରାତିରେ ମୋଦୀ ୟୁକ୍ରେନ ଗସ୍ତରେ ବାହାରିବେ। ୨୩ ତାରିଖରେ ମୋଦୀ ୟୁକ୍ରେନ ରାଜଧାନୀ କିବ୍ରେ ପହଞ୍ଚିବେ।
Comments are closed.