ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓଡିଶା ରିୟଲ ଇଷ୍ଟେଟ୍‌ ସେକଟର

ଭୁବନେଶ୍ୱର: ଜୁନ ୧୦:କୋଭିଡ୍‌-୧୯ ମହାମାରୀ ନିମନ୍ତେ ବର୍ତମାନ ଆମ ଦେଶ ଏକ ଜରୁରୀ କାଳୀନ ସ୍ୱାସ୍ଥ୍ୟଗତ ଏବଂ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି। ଏହାର ପରିଣାମ ସ୍ୱରୂପ ଲକ୍ଷାଧିକ କୁଶଳ ଓ ଅନୁକୁଶଳ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଅଭାବ ଓ ଆର୍ଥିକ ଅନାଟନ ଯୋଗୁଁ ସେମାନେ ନିଜନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିର ଗମ୍ଭିରତାକୁ ହୃଦୟଙ୍ଗମ କରି କ୍ରେଡାଇ ଭୁବନେଶ୍ୱର, ଓଡିଶାକୁ ଫେରି ଆସିଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କର ଥଇଥାନ ନିମନ୍ତେ ରାଜ୍ୟସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଏହା ସହ ସେମାନଙ୍କୁ ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଟ୍ରେନିଂ ପ୍ରଦାନ କରିବା ବିଷୟ ପ୍ରସ୍ତାବରେ ଉଲ୍ଲେଖ ରହିଛି। କ୍ରେଡାଇ ଭୁବନେଶ୍ୱର ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପ ସ୍ଥାନମାନଙ୍କରେ ସେନଫର ସ୍ଥାପନ କରି ଶ୍ରମିକମାନଙ୍କୁ ଟ୍ରେନିଂ ପ୍ରଦାନ କରି ପରବର୍ତୀ ସମୟରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଭୁବନେଶ୍ୱରର ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପରେ ହଜାର ହଜାର ଶ୍ରମିକମାନେ ନିଯୁକ୍ତି ପାଇବା ସହ ରାଜ୍ୟର ଅନ୍ୟାନ୍ୟ ସହରମାନଙ୍କରେ ମଧ୍ୟ ନିଯୁକ୍ତି ପାଇପାରିବେ। ତେଣୁ ରାଜ୍ୟ ସରକାର ରିୟଲ ଇଷ୍ଟେଟ୍‌ କ୍ଷେତ୍ରର ଅର୍ଥନୀତି ଅବସ୍ଥାକୁ ସୁଧାରିବା ନିମନ୍ତେ ଏହି ଯୋଜନାକୁ ନିଜର ସମର୍ଥନ ଦେବେ ବୋଲି ଡେଭଲପରସ୍‌ ମାନେ ଆଶା କରୁଛନ୍ତି ।
କ୍ରେଡାଇ ଭୁବନେଶ୍ୱରର ସଭାପତି କାନ୍ତିଲାଲ ପଟେଲ ’ଭୁବନେଶ୍ୱରର ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପରେ ୩୦,୦୦୦ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଆମର ଯୋଜନାକୁ ସମର୍ଥନ ଦେବା ନିମନ୍ତେ ରାଜ୍ୟ ସରାକରଙ୍କୁ ଅନୁରୋଧ ଜଣାଉଛୁ। ଏହା ପ୍ରବାସୀ ଶ୍ରମିକ, ରାଜ୍ୟ ସରକାର, ରିୟଲ ଇଷ୍ଟେଟ୍‌ ସେକଫର ଓ ଗୃହ ଓ କ୍ରେତାମାନଙ୍କ ନିମନ୍ତେ ଏକ ଲାଭଜନକ ପରିସ୍ଥିତି ସୃଷ୍ଟି କରିବ।’ ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ପୁନଃସ୍ଥାପନା କରିବା ନିମନ୍ତେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପମାନ ନେବେ ବୋଲି ଆଶା ରଖିଛନ୍ତି। ଡେଭଲପରମାନେ ଯେପରିକି, ରିୟଲଇଷ୍ଟେଟ୍‌ କ୍ଷେତ୍ର/ପୁନଃଗଠନ/ରିଷ୍ଟ୍ରକଫର, ବ୍ୟବସାୟକ ଋଣ ଏବଂ ଘରକିଣା ଋଣରେ ସୁଧହାର ହ ୍ରାସ, ଡେଭଲପରମାନଙ୍କ ପ୍ରୋଜେକଫ ଲୋନରେ ସୁଧହାର ହ ୍ରାସ ଆଦି ଅନ୍ତର୍ଭୁକ୍ତ। ଡେଭଲପରର୍ସମାନଙ୍କ ଅନୁଯାୟୀ ଭୁବନେଶ୍ୱର ସହରରେ ୨୦୦ରୁ ଅଧିକ ନିର୍ମାଣଧିନ ପ୍ରକଳ୍ପ ରହିଛି ଯେଉଁଠାରେ କ୍ରେତାମାନଙ୍କର ହଜାର ହଜାର କୋଟି ଟଙ୍କା ନିବେଶ ହୋଇଛି। ଆସନ୍ତା ଏକ ବର୍ଷ ମଧ୍ୟରେ ଘର କିଣିବାକୁ ଇଚ୍ଛୁକ ଥିବା ଗ୍ରାହକମାନଙ୍କ ଉପରେ ଷ୍ଟାମ୍ପଡୁ୍ୟଟି ନଲଗାଇବା ସହ, ସର୍କଲ ରେଟରେ ହ ୍ରାସ, ହାଉସିଂ ଦେୟ ଆଦି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଏହି ସେକଫରକୁ ପୁଣି ଚଳଚଂଚଳ କରିବାକୁ ଆମେ ରାଜ୍ୟ ସରାକରଙ୍କୁ ଅନୁରୋଧ କରିଛୁ ବୋଲି କହିଲେ ଶ୍ରୀ ପଟେଲ।

Comments are closed.