By Papu Mohanty
ଭୁବନେଶ୍ୱର:ମେ ୨୯: ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଏଥିରେ ନିଆଯାଇଥିବା ନିର୍ଦ୍ଦିଷ୍ଟ କିଛି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ନବୀନ ସରକାରଙ୍କ ପଞ୍ଚମ ପାଳିର ବର୍ଷ ପୂର୍ତିରେ ଆଜି ବସିଥିବା ଏହି ବୈଠକରେ କରୋନା ନେଇ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହୋଇଥିଲା । ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଅସିି ତ୍ରିପାଠୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ୨୪ ଲକ୍ଷ ୫୦ହଜାର ଚାଷୀ ଉପକୃତ ହେବେ । ଅନ୍ୟ ପକ୍ଷରେ ବିଭିନ୍ନ ବର୍ଗର ଦକ୍ଷତା ବିକାଶ ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
Comments are closed.