Edited by Papu Mohanty
ଭୁବନେଶ୍ୱର : May 15: ଚାଲନି, ଥାନାକୁ ଯାଅ । ଖାଇବା, ଗାଡ଼ିରେ ନେବା ଏବଂ ସୀମାରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟ ସରକାର କରିବେ । ଏ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ।
ପ୍ରବାସୀ ଶ୍ରମିକଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଏଭଳି ଅଭୟବାଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ରାଜ୍ୟ ସରକାର ଏହିସବୁ ବର୍ଡର ଚେକ୍ ପଏଣ୍ଟ ପରିଚାଳନାର ଦାୟିତ୍ୱ ପୋଲସ୍କୁ ପ୍ରଦାନ କରିଛନ୍ତି । ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଗଲାବେଳେ ଯେପରି ତାଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭିୟ କହିଥିଲେ, ପ୍ରବାସୀ ଶ୍ରମିକଙ୍କୁ ବସ୍ରେ ପଠାଇବା ଏବଂ ସେମାନଙ୍କର ଖାଇବା ବ୍ୟବସ୍ଥାର ସମସ୍ତ ଦାୟିତ୍ୱ ନିଆଯିବ । ଏହି ସବୁ ବସ୍ ରାଜ୍ୟର ସୀମା ତନଖି ଫାଟକ ସୋହେଲା, ଗିରିସୋଲା ଓ କେରଡ଼ାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯଦି ନିକଟସ୍ଥ ପୋଲିସ୍ ଷ୍ଟେସନ୍ରେ ପହଞ୍ଚନ୍ତି । ତେବେ ଓଡ଼ିଶା ପୋଲିସ ସେମାନଙ୍କ ଗନ୍ତବ୍ୟ ସ୍ଥଳର ନିକଟବର୍ତ୍ତୀ ସୀମାରେ ପହଞ୍ଚାଇବେ । ସେମାନଙ୍କର ବସ୍ ଖର୍ଚ୍ଚ, ଖାଇବା ଆଦିର ବ୍ୟବସ୍ଥା ସରକାର ବହନ କରିବେ । କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ମଧ୍ୟ ସରକାର ସର୍ବଦା ବସ୍ ପ୍ରସ୍ତୁତ ରଖିଛନ୍ତି । କୌଣସି ପ୍ରବାସୀ ଶ୍ରମିକ ଯେପରି ରାଜ୍ୟ ମଧ୍ୟ ଦେଇ ଚାଲି ଚାଲି ନଯିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
Comments are closed.