ୟୁକେର ‘ଏୟାରଲାଇନ୍ସ’ କମ୍ପାନୀ ‘ଇଜି ଜେଟ୍ ପ୍ଲାଷ୍ଟିକ୍ ରି ସାଇକେଲ୍’କୁ ନେଇ ଏକ ବଡ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନୁସାରେ ଏୟାରଲାଇନ୍ସର ସମସ୍ତ କର୍ମଚାରୀ ପ୍ଲାଷ୍ଟିକ୍ରୁ ରିସାଇକେଲ୍ ହୋଇ ପ୍ରସ୍ତୁତ ହେଉଥିବା ୟୁନିଫର୍ମ ପିନ୍ଧିବେ । ଗୋଟିଏ ୟୁନିଫର୍ମ ପ୍ରସ୍ତୁତ ହେବା ପାଇଁ ୪୫ଟି ବୋତଲ ରିସାଇକେଲ୍ କରାଯିବ । ଏହି ପଦକ୍ଷେପ ପାଇଁ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ବୋତଲ ରିସାଇକେଲ୍ କରାଯିବ । ପୋଷାକକୁ ନବୀକରଣ ପ୍ରକ୍ରିୟାରେ ପ୍ରସ୍ତୁତ କରାଯିବ । ଏହି ପୋଷାକର ଟ୍ରାଏଲ୍ ମଧ୍ୟ ଗତ ବର୍ଷ ସରିଛି । ପରୀକ୍ଷାରେ ପୋଷାକରେ ଭାର ସମ୍ଭାଳିବା ସାମର୍ଥ୍ୟ ଅଧିକ ଥିବା ଜଣାପଡିଛି । ପୋଷାକରେ ବ୍ୟବହୃତ ଯେଉଁ ମେଟେରିଆଲ ପ୍ରସ୍ତୁତ କରାଯାଇଛି ଏଥିରେ ପଲିଷ୍ଟର ତୁଳନାରେ ୭୫ ପ୍ରତିଶତ କମ କାର୍ବନ ଫୁଟପ୍ରିଣ୍ଟ ରହିଛି । ଏହି ଯୋଜନାଟି ୫ବର୍ଷ ପାଇଁ କରାଯାଇଛି, ଯେଉଁଥିରେ ପ୍ରାୟ ୨.୭ ମିଲିଅନ ପ୍ଲାଷ୍ଟିକ ବୋତଲ ରିସାଇକେଲ୍ ହେବ । ଇଜି ଜେଟ୍ କେବଳ ୟୁନିଫର୍ମ ନୁହେଁ ଏହାକୁ ପ୍ୟାକିଂ କରିବା ପାଇଁ ବ୍ୟବହାର ହେବାକୁ ଥିବା ସାମଗ୍ରୀକୁ ମଧ୍ୟ ପରିବେଶ ଉଯୋଗୀ ରଖିଛନ୍ତି । ଏଥିରେ ଯେତେ ମାତ୍ରାରେ କମ ପ୍ଲାଷ୍ଟିକର ବ୍ୟବହାର ହେବ ସେ ନେଇ ଧ୍ୟାନ ଦିଆଯାଇଛି । ପୃଥିବୀରେ ବ୍ୟବହାର ହେଉଥିବା ବୋତଲ ଅନ୍ୟ ପ୍ଳାଷ୍ଟିକ୍ ଠାରୁ ପରିବେଶକୁ ପ୍ରାୟ ୩୫୦୦ ଗୁଣା ଅଧିକ କ୍ଷତି ପହଞ୍ଚାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଟ୍ୟାପ୍ ପାଣିଠାରୁ ଅଧିକ ଏହି ବୋତଲ ପାଣି ବ୍ୟବହାର ହୋଇଥାଏ, ଯାହାଫଳରେ ପରିବେଶରେ ବୋତଲ ସଂଖ୍ୟା ବଢିଥାଏ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.