ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି

ଭୁବନେଶ୍ୱର: ଅଗଷ୍ଟ ୨: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା ଦନୀର ଜଳ ଫୁଲିବାରେ ଲାଗିଛି । ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗ୍ରାମରେ ବନ୍ୟା ଜଳ ପଶିଯାଇଛି । ଗତକାଲି ରାତିରେ ଗ୍ରାମରେ ବନ୍ୟା ଜଳ ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଗଲୁଡ଼ିହ ବ୍ୟାରେଜରୁ ୮ ହଜାର କ୍ୱì୍ୟଏମ୍‌ ପାଣି ପ୍ରବାହିତ ହେଉଛି । ଜଳେଶ୍ୱରର ରାଜଘାଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ରହିଥିଲା । ତେବେ ସକାଳ ୬ ଘଣ୍ଟା ସୁଦ୍ଧା ସେଠାରେ ୧୦.୪୨ ମିଟର ଉଚ୍ଚର ପାଣି ପ୍ରଭାବିତ ହେଉଛି । କେତେ ଗ୍ରାମରେ ପାଣି ପଶି ଘର ବୁଡ଼ିଯାଇଥିବାରୁ ଲୋକମାନେ ବାସହରା ହୋଇଯାଇଛନ୍ତି । ଅନେକ ସ୍ଥାନରେ ଚାଷ ଜମି ମଧ୍ୟ ବୁଡ଼ିଯାଇଛି । ପାଣି ଯଦି ଶୀଘ୍ର ନ କମେ ତେବେ ଫସଲ ସବୁ ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ରହିଛି । ଆଠବାଟିଆ, କୁଦମାନସିଂ, ଗୁନାପୁର, ସୁଙ୍ଗ, ମୁଁହ, ବିଷ୍ଣୁପୁର ଓ ଜଳେଶ୍ୱର ବ୍ଲକ୍‌ର ଛଟ୍‌ ଖାନପୁର ଗ୍ରାମରେ ପାଣି ପଶିଛି ।

Comments are closed.