ବଢିଲା କ ୍ୱାରେଣ୍ଟାଇନ ଅବଧି;୧୪ ପରିବର୍ତ୍ତେ ୨୮ ଦିନ

Edited by Papu Mohanty

ଭୁବନେଶ୍ୱର(ସବୁ୍ୟ): 08/05: ରାଜ୍ୟରେ ବଢ଼ିଲା କ୍ୱାରେଣଫାଇନ ଅବଧି । ଏଣିକି କ ୍ୱାରେଣ୍ଟାଇନ ଅବଧି ୧୪ ଦିନ ପରିବର୍ତ୍ତେ ୨୮ ଦିନକୁ ବୃଦ୍ଧି କରାଯାଇଛି । ଏଥିସହ ସଙ୍ଗରୋଧ କେନ୍ଦ୍ରରେ ସିସି କ୍ୟାମେରାରେ ନଜର ରଖାଯିବ । ରାଜ୍ୟ ସରକାର ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।
ଏବେ ଠାରୁ ସନ୍ଦିUଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବାକୁ ପଡିବ । ଆଉ ୭ ଦିନ ଘରେ ରହି ନିୟମ ପାଳନ କରିବେ ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତି । ତେବେ ୧୪ ଦିନ ବଦଳରେ ମୋଟ ୨୮ ଦିନ ସଙ୍ଗରୋଧରେ ରହିବା ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ଅନ୍ୟପକ୍ଷରେ ୨୮ ଦିନ ଭିତରେ କରୋନା ଲକ୍ଷଣ ଜଣାପଡିବାର ସମ୍ଭାବନା ଥିବାରୁ ସଙ୍ଗରୋଧ ଅବଧିକୁ ୧୪ ଦିନରୁ ୨୮ ଦିନକୁ ବୃଦ୍ଧି କରାଯାଇଛି । ସମସ୍ତେ ୨୮ ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ କୁହାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ଆହୁରି କଟକଣା ବଢ଼ିବ । ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରାଯିବ । ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ସଙ୍ଗରୋଧ କେନ୍ଦ୍ରରେ ସିସି କ୍ୟାମେରା ଲାଗିବ । ବାହାର ଓ ଭିତର ଲୋକଙ୍କ ଯାଆସ ଜାଣିବାକୁ ସିସିଟିଭି ଲାଗିବ । ସବୁଠାରୁ ବଡକଥା ହେଉଛି, ସଙ୍ଗରୋଧ କେନ୍ଦ୍ର ଆଖପାଖରେ ୧୪୪ ଧାରି ଜାରି ହେବ । ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବାକୁ ୧୪୪ ଜାରି ହେବ । ସିସି କ୍ୟାମେରାରେ ବି ସମସ୍ତ ଗତିବିଧି ନଜର କରାଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି

Comments are closed.