ବଦଳିଲା ଜିଲ୍ଲାପାଳଙ୍କ ନିଷ୍ପତି : କୋଭିଡ କଟକଣା ମଧ୍ୟରେ କଟକରେ ହେବ ଦୁର୍ଗାପୂଜା

କଟକ : ଅଗଷ୍ଟ ୨୬: ଦୁର୍ଗାପୂଜାକୁ ନେଇ ଜିଲ୍ଲାପାଳ ଘୋଷଣା କରିଥିବା ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କର ଭାବାବେଗ ଓ ହିନ୍ଦୁ ଧର୍ମ ସଂସ୍କୃତିର ମହାନ ଉସିବ ଦୁର୍ଗାପୂଜାକୁ କୋଭିଡ ନିୟମ ଅନୁସାରେ ପାଳନ କରାଯିବବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ କେତେକ କଟକଣା ଜାରି କରାଯାଇପାରେ । ମଣ୍ଡପ ଗୁଡିକ ପାଇଁ ମଧ୍ୟ ଏସ୍‌ଓପି ଜାରି କରାଯିବବୋଲି କୁହାଯାଉଛି । ମଣ୍ଡପ ଗୁଡିକରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି । କୋଭିଡ୍‌ ଗାଇଡ୍‌ ଲାଇନPୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ କଟକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନେକ ପୂଜା କମିଟି ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ଖୋଲା ଖୋଲି ଭାବରେ ବିରୋଧ କରିଥିଲେ ।

Comments are closed.