By Papu Mohanty
ଭୁବନେଶ୍ୱର(ସବୁ୍ୟ): May 13: କରୋନା ମୁକାବିଲା ମଧ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ବଦଳିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା ୧୯୯୩ ବ୍ୟାଚର ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ଏହି ବିଭାଗରେ ସେ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ।
ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚ୍ପିସିର ସିଏମ୍ଡି ଥିବା ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ୧୯୯୪ ବ୍ୟାଚର ଆଇଏଏସ୍ ଅଫିସର ତଥା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଥିବା ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ନିକୁଞ୍ଜ ବିହାରୀ ଧଳଙ୍କ ବଦଳି ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ନିଯୁକ୍ତ ପାଇଥିବା ପ୍ରଦୀପ୍ତ ମହାପାତ୍ର ଏବେ ଏହି ଦାୟିତ୍ୱ ତୁଲାଇବେ ।
Comments are closed.