ବନ୍ଧକ ୧୦ଯବାନଙ୍କୁ ମୁକ୍ତ କଲା ଚୀନ୍‌

ନୂଆଦିଲ୍ଲୀ: ଜୁନ ୧୯: ଲଦାଖ ସୀମାରେ ଥିବା ଗାଲୱାନ ଉପତ୍ୟକାରେ ସୋମବାର ସଂଘର୍ଷ ସମୟରେ ଚୀନ୍‌ ସେନା ବନ୍ଧକ ରଖିଥିବା ୧୦ଭାରତୀୟ ଯବାନଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମେଜର ମଧ୍ୟ ଥିବା ଜଣାପଡିଛି । ତିନି ଦିନ ଧରି ଆଲୋଚନା ପରେ ବନ୍ଧକ ଥିବା ସୈନିକ ମାନଙ୍କୁ ମୁକ୍ତ କରାଯାଇଛି । ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । ଗୁରୁବାର ଦିନ ସେନା ନିଜ ବିବୃତ୍ତିରେ କହିଥିଲା ଯେ ଏହି ସଂଘର୍ଷରେ କୌଣସି ଭାରତୀୟ ଯବାନ ନିଖୋଜ ନାହାଁନ୍ତି । ତେବେ କୌଣସି ଯବାନଙ୍କୁ ବନ୍ଧକ ରଖାଯାଇଛି କି ନାହିଁ ସେନେଇ ସେନା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ, କି;ୁ ସୂଚନା ଅନୁଯାୟୀ ଚୀନ୍‌ ସେନା ଦୁଇ ମେଜରଙ୍କ ସମେତ ୧୦ ଜଣ ଯବାନଙ୍କୁ ବନ୍ଧକ ରଖିଥିଲା ଆଲୋଚନା ପରେ ଏମାନଙ୍କୁ ଛଡାଯାଇଛି । ଏହାପୂର୍ବରୁ ଠିକ ଏହିଭଳି ଭାବରେ ଜୁଲାଇ ୧୯୬୨ ରେ ଚୀନ୍‌ ସେନା ଭାରତୀୟ ସୈନିକମାନଙ୍କୁ ଗିରଫ କରିଥିଲା । ଗାଲଭାନ୍‌ ଭ୍ୟାଲିରେ ଯୁଦ୍ଧ ସମୟରେ ପ୍ରାୟ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।

Comments are closed.