ଆବଶ୍ୟକ ସାମଗ୍ରୀ- ୧ କପ୍ ଚପ୍ ବନ୍ଧା କୋବି, ୧ କପ୍ ବସା ଦହି, ଛୋଟ ଛୋଟ କଟା ହୋଇଥିବା ଗୋଟିଏ କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ୧ ଚାମଚ ଲେମ୍ବୁ ରସ, ଧନିଆ ପତ୍ର, ସ୍ୱାଦନୁସାରେ ଲୁଣ
ସ୍ତୁତି ପ୍ରଣାଳୀ-ପ୍ରଥମେ ଚପ୍ ବନ୍ଧା କୋବିକୁ ଲେମ୍ବୁ ରସ ମିଶାଇ ଭଲଭାବରେ ଗୋଳାନ୍ତୁ । ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ଦହି, ଲୁଣ ଏବଂ ଜିରା ପାଉଡର ପକାଇ ଗୋଳାନ୍ତୁ ଏବଂ ଦହି ମିଶ୍ରଣରେ କଞ୍ଚା ଲଙ୍କା, ଧନିଆ ପତ୍ର ପକାନ୍ତୁ । ଏବେ ଏଥିରେ ପୂର୍ବ ପ୍ରସ୍ତୁତ ବନ୍ଧାକୋବି-ଲେମ୍ବୁ ମିଶ୍ରଣ ପକାଇ ମିଶାନ୍ତୁ । ଏହା ପରେ ଏଥିରେ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ । ଭଲ ଭାବରେ ଘାଣ୍ଟି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣ ବନ୍ଧା କୋବି ରାଇତା । ପରଷିବା ବେଳେ ଏହା ଉପରେ ଧନିଆ ପତ୍ର, କଟା ପିଆଜ ଏବଂ ଜିରା ପାଉଡର ଛିଞ୍ଚନ୍ତୁ । ଏହି ରାଇତାକୁ ଆପଣ ବିରିୟାନୀ, ପଲଉ କିମ୍ବା ଫ୍ରାଏ ରାଇସ ସହ ଖାଇପାରିବେ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)