ବାସଭରାଜ ବମ୍ମାଇ କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ
ବେଙ୍ଗାଲୁରୁ: ଜୁଲାଇ ୨୮: ବୁଧବାର ରାଜ ଭବନର ଗ୍ଲାସ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ଦ୍ୱାରା କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ବରିଷ୍ଠ ବିଜେପି ନେତା ବାସଭରାଜ ବମ୍ମାଇ ଭଗବାନଙ୍କ ନାମରେ ଶପଥ ନେଲେ I
ସମାଜବାଦୀ ଦର୍ଶନରୁ ଆସି ବର୍ତ୍ତମାନ ବିଜେପି ନୀତି କୁ ନିଜର କରିଥିବା ବମ୍ମାଇଙ୍କ ରାଜନୈତିକ ଯାତ୍ରା ଆଜି ସଫଳ ହେଇଛି I ୬୦ ବର୍ଷ ବୟସ୍କ ବମ୍ମାଇ, କର୍ଣ୍ଣାଟକର ୩୦ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ୨୩ ତମ ମୁଖ୍ୟମନ୍ତ୍ରୀ ଭାବରେ ବିବେଚନା କରାଯିବ, ଯେହେତୁ କେତେଜଣ ମୁଖ୍ୟମନ୍ତ୍ରୀ ଏକାଧିକ ଥର ମୁଖ୍ୟମନ୍ତ୍ରୀ ହେଇଛନ୍ତି I
ବମ୍ମାଇ ଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ, ରାଜ ଭବନ ବାହାରେ ଶହ ଶହ ଲୋକ ଭିଡ଼ ଜମାଇ ଥିଲେ I ଜନତାଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ଏବଂ ସୁରକ୍ଷା କର୍ମୀ ଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା I ବମ୍ମାଇଙ୍କ ପରିବାର ସଦସ୍ୟମାନେ ରାଜଭବନ ରେ ଉପସ୍ଥିତ ଥିବାର ଦେଖାଯାଇଥିଲା I
ଏହି ଶପଥ ଗ୍ରହଣ ସମାରୋହରେ. ବିଜେପି ସଂସଦୀୟ ବୋର୍ଡ ଦ୍ୱାରା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏବଂ କିଶାନ ରେଡ୍ଡୀ ଉପସ୍ଥିତ ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ ୟେଡିୟୁରପ୍ପା ଏବଂ ରାଜ୍ୟର ପ୍ରାୟ ସମସ୍ତ ବରିଷ୍ଠ ବି ଜେ ପି
ନେତା ଉପସ୍ଥିତ ଥିବାର ଲକ୍ଷ କରାଯାଇଥିଲା ।
ବମ୍ମାଇ, ଜଣେ ମେକାନିକାଲ୍ ଇଞ୍ଜିନିୟର I ତାଙ୍କ ପିତା ଏସ ଆର ବମ୍ମIଇ ଓ ଜଗଦୀଶ ସେଟର ଙ୍କ ପରେ ସେ ମୁମ୍ବାଇ- କର୍ଣ୍ଣାଟକ ଅଞ୍ଚଳର ତୃତୀୟ ନେତା ଯିଏ କି କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ହେଲେ । କାଲାସା-ବାନ୍ଦୁରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସେ କାଲାସା ଏବଂ ନର୍ଗୁଣ୍ଡ ମଧ୍ୟରେ ୩୦୦ କିଲୋମିଟର ପଦଯାତ୍ରା କରି ଲୋକଲୋଚନ ଆସିଥିଲେ I ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ସହ ମଧ୍ୟ ଘନିଷ୍ଠ ଥିଲେ।
ଦିନେ ୟେଦୁରାପ୍ପା ଗଣମାଧ୍ୟମ ଆଗରେ ବାସଭାରାଜ ବମ୍ମାଇଙ୍କୁ ମଧ୍ୟ ତାଙ୍କ ନୂଆ ପାର୍ଟି କେଜେପିରେ ଯୋଗ ନଦେବା କାରଣରୁ ତାଙ୍କୁ ମୁହଁ ଦେଖାଇବା ଉଚିତ୍ ନୁହେଁ ବୋଲି କହିଥିଲେ। ପରେ, ଯେତେବେଳେ ୟେଡିୟୁରପ୍ପା ବିଜେପିକୁ ଫେରିଥିଲେ, ସେତେବେଳେ ବାସଭାରାଜ ବୋମାଇ ତାଙ୍କର ପ୍ରିୟ ହୋଇଥିଲେ ଏବଂ ବିଧାନସଭାରେ ବିରୋଧୀଦଳର ନେତାଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ସେ ୟେଡିୟୁରପ୍ପା ଙ୍କୁ ସାହାଯ୍ୟ କରି ତାଙ୍କର ସମ୍ମାନ ରକ୍ଷା କରିଥିଲେ।
Comments are closed.