ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ : ଜୁନ ୨୮:ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ବିଜେ ହୋଇଥିଲା ଆଜ୍ଞାମାଳ । ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । ଶନିବାର ଅନୁଷ୍ଠିତ ହୋଇଥିବା ହେରାପଞ୍ଚମୀ ନୀତି ଅନୁସାରେ ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ଆଜ୍ଞାନୁଯାୟୀ ମୋହିନୀ ଚୂଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମା’ ମହାଲକ୍ଷ୍ମୀ । ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରାଯାଇଥିଲା । ଏହାପରେ ରଥ ଭାଙ୍ଗିବା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ଏହି ନୀତି ସମ୍ପୂର୍ଣ୍ଣ ହେଲାପରେ ମା’ ମହାଲକ୍ଷ୍ମୀ ବଡ଼ଦାଣ୍ଡରେ ନଫେରି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ।

Comments are closed.