ଭୁବନେଶ୍ୱର : ଜୁନ ୨୬:ବିଡିଏରେ କରୋନାକୁ ନେଇ ଛାନିଆ । ଏହି ଖବର ପ୍ରଚାରିତ ହେବା ପରେ କର୍ମଚାରୀମାନେ ପ୍ରାଣ ବିକଳରେ ଛତ୍ରଭଙ୍ଗ ଦେଇଥିଲେ । ବିଡିଏ ଅଫିସ ୫.୩୦ ପରିବର୍ତ୍ତେ ୪.୪୦ରେ ଛୁଟି ହୋଇଯାଇଥିଲା । ତୁରନ୍ତ ସବୁ ସେକ୍ସନକୁ ସାନିଟାଇଜ୍ କରାଯାଇଥିଲା ।
ୟନିଟ-୩ ସ୍ଥିତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଜଣେ ସୁରକ୍ଷା କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାପଡ଼ିବା ତାଙ୍କୁ କୋଭିଡ ହସ୍ପିଟାଲ ପଠାଯାଇଛି । କିଛିଦିନ ହେବ ଉକ୍ତ କର୍ମଚାରୀ ଜଣଙ୍କ ପ୍ଲାନିଂ ବିଭାଗ ପ୍ରବେଶ ପଥରେ ଡୁ୍ୟଟି କରୁଥିଲେ । ସେହି ବ୍ୟକ୍ତି ବାହାରୁ ଆସୁଥିବା ଏବଂ ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଂ ବି କରୁଥିଲେ । ହେଲେ ଆଜି ସେ ନିଜେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ଆସନ୍ତାକାଲି (ଶନିବାର) ଓ ରବିବାର ଦୁଇଦିନିଆ ସଟଡାଉନ । ସୋମବାର ବିଡିଏ ଅଫିସ ଖୋଲିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।
ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେବଳ ପ୍ଲାନିଂ ବିଭାଗ ବନ୍ଦ ନକରି ସମଗ୍ର ଅଫିସକୁ ବନ୍ଦ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି । ସେମାନଙ୍କର କହିବା କଥା କରୋନା ଆକ୍ରାନ୍ତ ସୁରକ୍ଷା କର୍ମଚାରୀ ଜଣଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗକୁ ଯାଇଛନ୍ତି ଓ ଅଫିସ ପରିସରରେ ବୁଲାବୁଲି କରିଛନ୍ତି । ତେଣୁ କେବଳ ପ୍ଲାନିଂ ବିଭାଗକୁ ବନ୍ଦ କଲେ କିଛି ଲାଭ ହେବନି । ସମ୍ପୂର୍ଣ୍ଣ ରୂପେ ବିଡିଏ ଅଫିସ ବନ୍ଦ କରିବାକୁ ମତ ଦେଇଛନ୍ତି ।
Comments are closed.