ସାମଗ୍ରୀ – ରାଜମା, ୩ଟି ଟମାଟୋ କଟା, ଗୋଟିଏ ପିଆଜ କଟା,କଞ୍ଚାଲଙ୍କା, ଅଦା, ରସୁଣ, ଗୋଟା ଜିରା, ଧନିଆ ଗୁଣ୍ଡ, ହଳଦୀ, ଗରମ ମସଲା,ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଲୁଣ ।
ପ୍ରଣାଳୀ – ବିନା ତେଲରେ ରାଜମା ରାନ୍ଧିବା ପାଇଁ ପ୍ରଥମେ ରାଜମାକୁ ବତୁରାଇ ସିଝାଇ ନିଅନ୍ତୁ । ଏହାପରେ ଟମାଟୋ, ପିଆଜ, କଞ୍ଚାଲଙ୍କା, ଅଦା, ରସୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏକ ନନ୍ଷ୍ଟିକ୍ ପ୍ୟାନ୍ରେ ଜିରା ପକାଇ ଭାଜନ୍ତୁ । ଏହା ଅଳ୍ପ ଭାଜିହେବା ପରେ ଏଥିରେ ପୂର୍ବ ପ୍ରସ୍ତୁତ ମସଲାର ପେଷ୍ଟ ପକାନ୍ତୁ । ମସଲା ଅଳ୍ପ ସମୟ ଭାଜିହେବା ପରେ ଏଥିରେ ପାଣି ଦିଅନ୍ତୁ, ଯାହା ଫଳରେ ଏହା ତଳେ ଲାଗିବ ନାହିଁ । ମସଲାର କଞ୍ଚାଗନ୍ଧ ଯିବାଯାଏଁ ଏହାକୁ ଭାଜନ୍ତୁ, ଦରକାର ପଡିଲେ ମଝିରେ ପାଣି ଦିଅନ୍ତୁ । ଏହାପରେ ଏଥିରେ ଗୁଣ୍ଡ ମସଲା ପକାଇ ପୁଣି ଅଳ୍ପ ସମୟ ସିଝାନ୍ତୁ । ଏହାପରେ ଏଥିରେ କିଛି ସିଝା ରାଜମାକୁ ଚକଟି କରି ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ତରକାରୀ ବହଳିଆ ହେବ । ଏହାପରେ ଅନ୍ୟ ସିଝା ରାଜମାକୁ ପକାଇ ଅଳ୍ପ ପାଣି ଦିଅନ୍ତୁ ଏବଂ କିଛି ସମୟ ପାଇଁ ଫୁଟିବାକୁ ଛାଡନ୍ତୁ । ଶେଷରେ ଏଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ବିନା ତେଲରେ ରାଜମା । ପାଣିର ସଠିକ ବ୍ୟବହାର କରିପାରିଲେ ବିନା ତେଲରେ ରୋଷେଇ କରିବା ସମ୍ଭବ ।