ରିପୋର୍ଟ: ପପୁ ମହାନ୍ତି
ଭୁବନେଶ୍ୱର: ମେ ୩୦: ସ୍ନାନଯାତ୍ରାରେ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ କି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିପାରିବେନି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇ ଏହି ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବବୋଲି ବୈଠକପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ର ସଭାପତି ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ଶନିବାର ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଜପତି ମହାରାଜା କହିଛନ୍ତି, ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ସୁଯୋଗ ଦେବା ଅନୁଚିତ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହେବ । କି;ୁ ଯାତ୍ରୀ ଓ ଭକ୍ତଙ୍କ ବିନା ଅନୁପସ୍ଥିତିରେ ରଥଯାତ୍ରା କରାଯିବ । କେବଳ ସମ୍ପୃକ୍ତ ଅଧିକାରୀ, ପୋଲିସ ଓ ସେବାୟତ ଉପସ୍ଥିତିରେ ଏହା କରାଯିବ । ଏଭଳି ଏକ ପ୍ରସ୍ତାବ ରାଜ୍ୟସରକାରଙ୍କୁ ଦିଆଯାଇଛି । ତେବେ ଏସମ୍ପର୍କରେ ସରକାର ହିଁ ଚୂଡାନ୍ତି ନିଷ୍ପତ୍ତିି ନେବେ । ସେହିଭଳି ଗଜପତି କହିଥିଲେ, ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସ୍ନାନଯାତ୍ରା ସିଧାପ୍ରସାରଣ ହେବ । ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ସମ୍ଭବ ହେବନାହିଁ ।
Comments are closed.