ଦିଲ୍ଲୀ: ଅଗଷ୍ଟ ୪: ୧୧ ବର୍ଷ ବୟସ୍କ ଭାରତୀୟ ବଶଂଜ ଆମେରିକୀୟ ନତାଶା ପେରି ବିଶ୍ୱର ‘ପ୍ରତିଭାଶାଳୀ ବିଦ୍ୟାର୍ଥୀ’ର ସମ୍ମାନ ପାଇଛନ୍ତି । ଏହି ସମ୍ମାନ ଆମେରିକା ବିଶ୍ୱବିଦ୍ୟାଳୟ ପ୍ରଦାନ କରିଛି । ନୁ୍ୟଜର୍ସିରେ ଥିବା ଥେଲମା ଏଲ୍. ସାଣ୍ଡମିର ଏଲିମେଣ୍ଟାରୀ ସ୍କୁଲର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନତାଶା ଏସ୍ଏଟି (ସ୍କୋଲାଷ୍ଟିକ୍ ଆସେସମେଣ୍ଟ ଟେଷ୍ଟ) ଏବଂ ଏସିଟି (ଆମେରିକୀୟ କଲେଜ ଟେଷ୍ଟିଂ) ମାନକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ୮୪ ଦେଶରୁ ଚୟନ ହୋଇଥିବା ୧୯ ହଜାର ଦକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷାରେ ଭାଗ ନେଇଥିଲେ । ଏହି ପରୀକ୍ଷାର ମାର୍କ ଆଧାରରେ ଭବିଷ୍ୟତରେ ବିଦ୍ୟାର୍ଥୀଙ୍କୁ ଭଲ କଲେଜରେ ପ୍ରବେଶ ମିଳିବା ସହିତ ବିଭିନ୍ନ କମ୍ପାନୀ ଓ ଏନ୍ଜିଓ ବିଦ୍ୟାର୍ଥୀଙ୍କୁ ସ୍କଲାରସିପ୍ ପ୍ରଦାନ କରିଥାନ୍ତି । ‘ୟଙ୍ଗ ଟ୍ୟାଲେଣ୍ଟ ସେଣ୍ଟର’ (ଭିଟିୱାଇ) ତରଫରୁ ହୋଇଥିବା ପରୀକ୍ଷାରେ ନତାଶାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି ।
Comments are closed.