‘ବୀରାଙ୍ଗନା ଫୋର୍ସ’ରେ କମାଣ୍ଡୋ ସାରା

ଭୁବନେଶ୍ୱର: ଅଗଷ୍ଟ:୧୧: ରିଅଲ୍‌ ଲାଇଫରେ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଆସାମର ମହିଳା କମାଣ୍ଡୋ ୟୁନିଟ୍‌ ‘ବୀରାଙ୍ଗନା ଫୋର୍ସ’ରେ କମାଣ୍ଡୋ ଲୁକ୍‌ରେ ନଜର ଆସିବେ । ଏହି ଲୁକ୍‌ ପଛର କାହାଣୀ ହେଉଛି ତାଙ୍କ ଆଗାମୀ ଆକ୍ସନ୍‌ ଫିଲ୍ମ ‘ମିଶନ ଫ୍ରଣ୍ଟଲାଇନ୍‌’ । ନଭେମ୍ବର ମାସରେ ଏହି ଫିଲ୍ମ ‘ଡିସ୍କୋଭରୀ ପ୍ଲସ୍‌’ରେ ପ୍ରସାରିତ ହେବ । ଫିଲ୍ମରେ ଅଭିନେତ୍ରୀଙ୍କ ବିଭିନ୍ନ ଆକ୍ସନ ସିନ୍‌ ରହିଛି । ସେଥିପାଇଁ ସେ ଶାରୀରିକ ତାଲିମ ନେଇଥିଲେ ବୋଲି ସେ ସାରା ନିଜ ଇନଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ।
୨୦୧୨ ମସିହାରେ ବିରାଙ୍ଗନା ଫୋର୍ସର ତାଲିମ ତାମିଲନାଡ଼ୁରେ ହୋଇଥିଲା । ବିରାଙ୍ଗନା ଫୋର୍ସ ଭାରତ ପ୍ରଥମ ମହିଳା ୟୁନିଟ୍‌ , ଯାହା ଆସାମର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବା ସହିତ ତାଙ୍କୁ ସୁରକ୍ଷା ଦେଇଥାନ୍ତି । ସେମାନେ ‘ସାଇଲେଣ୍ଟ ଡ୍ରିଲ୍‌’ ନାମକ ଏକ ଯୁଦ୍ଧ କଳା ଶିକ୍ଷା ଗ୍ରହଣ କରିଥାନ୍ତି । ସେଥିରେ ମୁଖ୍ୟତଃ ୟୁଏସ୍‌ ମାରିନ୍‌, ମାର୍ଶଲ ଆର୍ଟ, ବାଇକ୍‌ ରାଇଡିଂ, ଘୋଡ଼ା ଚାଳନା ସହିତ ବିଭିନ୍ନ ପ୍ରକାରର ଯୁଦ୍ଧ ଅସ୍ତ୍ରଶସ୍ତ୍ର ଚାଳନା କୌଶଳ ଶିକ୍ଷା କରାଯାଏ । ଏହି ମହିଳା ଫୋର୍ସ ୟୁନିଟ୍‌ କଳା ୟୁନିଫର୍ମ ସହିତ ବାଇଗେଣୀ ରଙ୍ଗର ଟୋପି ପିନ୍ଧିଥାନ୍ତି ।

Comments are closed.