ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଦିନରେ ବେଙ୍ଗାଲୁରୁରେ ୮ କିମି ରୋଡ୍ସୋ କରିଛନ୍ତି। କେମ୍ପେଗୌଡ଼ା ଷ୍ଟାଚୁ ନିକଟରୁ ଟ୍ରିନିଟି ସର୍କଲ୍ ପର୍ଯ୍ୟନ୍ତ ମୋଦୀ ରୋଡ୍ସୋ କରିଛନ୍ତି। ବେଙ୍ଗାଲୁରୁ ପ୍ରତିଷ୍ଠାତା କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତିରେ ଫୁଲ ପକାଇ ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ରୋଡସୋ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ରୋଡ୍ସୋ ଚାଲିଥିଲା। କେନ୍ଦ୍ରୀୟ ବେଙ୍ଗାଲୁରୁ ଦେଇ ମୋଦୀ ଏହି ରୋଡ୍ସୋ କରିଛନ୍ତି ଏବଂ ଏହା ୫ଟି ନିର୍ବାଚନମଣ୍ଡଳୀ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ବେଙ୍ଗାଲୁରୁ କେନ୍ଦ୍ରୀୟ ସାଂସଦ ପିସି ମୋହନ ଥିଲେ। ମୋଦୀଙ୍କ ରୋଡସୋ ପାଇଁ ବିଶାଳ ଆୟୋଜନ କରାଯାଇଥିଲା। ରାସ୍ତାର ୨ ପାର୍ଶ୍ବରେ ଅନେକ ଲୋକଙ୍କର ଭିଡ଼ ଜମିଥିଲା। ରାସ୍ତାର ୨ ପାର୍ଶ୍ବରେ ବିଜେପି ପତାକା ଲାଗିଥିଲା। ହଜାର ହଜାର ବିଜେପି ସମର୍ଥକ ଗେରୁଆ ସାଲ୍ ଏବଂ କ୍ୟାପ୍ ପିନ୍ଧି ମୋଦୀଙ୍କୁ ସ୍ବାଗତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ମୋଦୀ ବେଙ୍ଗାଲୁରୁରେ ୨୬ କିମି ରୋଡ୍ସୋ କରିଥିଲେ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)