ବୌଦ୍ଧ ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବୌଦ୍ଧ: ସେପ୍‌ଟେମ୍ବର ୩: ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାରେ ୬୭% କମ୍‌ ବର୍ଷା ହୋଇଥିବାରୁ ମରୁଡି ଆସନ୍ନ ହୋଇଛି । ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡିଗ୍ରସ୍ତ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । କିଷାନ ସଂଘ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଡାକରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏକ ହଜାର ଚାଷୀ ଏକାଠି ହୋଇଥିଲେ । ସହରର ରଘୁନାଥ ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୭ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଚାଷକାର୍ଯ୍ୟ ନିମନ୍ତେ ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ କରିଛନ୍ତି । ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଯୋଜନାରେ ବୀମାର ପ୍ରିମିୟମ ରାଶି ପୈଠ କରି ପାଣିପାଇଁ ଅପେକ୍ଷା କରିଛନ୍ତିି । ଜିଲ୍ଲାରେ ମହାନଦୀ ତେଲନଦୀ, ସାଲୁଙ୍କି ଓ ବାଘନଦୀ ଭଳିଆ ଅନେକ ନଦନଦୀ ପ୍ରବାହିତ ହେଉଥିବା ବେଳେ ବର୍ଷାଦିନ ସରିଯିବା ପାଇଁ ବସିଥିବା ବେଳେ ପାଣିର ଘୋର ଅଭାବ ଦେଖାଦେଇଛି । ସାଲୁଙ୍କି ନଦୀର ଗୁରୁଜିମୁଣ୍ଡା(ଗମ୍ବୀରାଦର) ଏକ ପ୍ରାକୃତିକ ବରଦାନ ରହିଛି ସେଠାରେ ନଦୀରୁ ଦୁଇପାଶ୍ୱର୍ରେ ଦୁଇଟି ସୁଉଚ୍ଚ ପାହାଡ ବିଦ୍ୟମାନ । ଖରାଦିନରେ ମଧ୍ୟ ସେଠାରେ ଥିବା ଗମ୍ଭିରା ଦରହରେ ୧୦/୧୨ ଫୁଟ ପାଣି ରହେ । ଏହି ଦୁଇ ପାହାଡକୁ ସଂଯୋଗ କରି ଏକ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ଦାବୀପତ୍ରରେ ଉଲ୍ଲେଖ ରହିଛି । ସେହିପରି କଣ୍ଟାମାଳ ସ୍ଥିତ ଖଡଙ୍ଗ ନଦୀର ସାଡାଙ୍ଗ ମଧ୍ୟ ଜଳଭଣ୍ଡାରର ପ୍ରକୃଷ୍ଟ ସ୍ଥାନ । ବୌଦ୍ଧ ଜିଲ୍ଲାରେ ଚାଲିଥିବା ୫ ଗୋଟି ମେଗା ଜଳସେଚନ ପ୍ରକଳ୍ପ ମଧ୍ୟରୁ ହିଲୁଂ ଓ ତିରୋଡଠାରେ କାମ ଆରମ୍ଭ ହୋଇଥିବା ବେଳେ ସାମ୍ପୋଚ, ରାମଗଡ ଓ ଧଳପୁରଠଅରେ ହେବାକୁ ଥିବା ପ୍ରକଳ୍ପ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡିରହିଛି । କୃଷିରେ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଉକ୍ତ ଇନପୁଟ୍‌ ରାଶି ହେକଫରକୁ (ଉଭୟ ଜଳସେଚତି ଓ ଅଣଜଳସେଚିତ) ଟ.୫୦,୦୦୦/-ଙ୍କା ବୃଦ୍ଧି କରାଯାଉ । ବୌଦ୍ଧଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବା ସହ ଚାଷୀଙ୍କୁ ସମସ୍ତ ପ୍ରକାର କ୍ଷତିର ସହାୟତା ଯୋଗାଇ ଦେଇପାଇଁ ଦାବି କରିଛନ୍ତି ।

Comments are closed.