ବ୍ରିଟେନରେ ଛୁରିମାଡ଼ , ଭାରତୀୟଙ୍କ ସମେତ ୩ ମୃତ

ନୂଆଦିଲ୍ଲୀ : ବ୍ରିିଟେନର ନଟିଙ୍ଗହାମରେ ଛୁରିମାଡ଼ ହୋଇ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ୩୨ ବର୍ଷୀୟ ଯୁବକର ଛୁରିମାଡ଼ରେ ଜଣେ ୧୯ ବର୍ଷର ଭାରତୀୟ ବଂଶୋଦ୍ଭବ ମେଡିକାଲ ଛାତ୍ରଙ୍କ ମୃତ୍ୟୁୃ ହୋଇଛି। ମୃତ ଭାରତୀୟ ମେଡିକାଲ ଛାତ୍ର ଜଣେ ‌ହକି ଏବଂ କ୍ରିକେଟ ଖେଳାଳି। ଅନ୍ୟ ଜଣେ ମୃତକ ମଧ୍ୟ ଜଣେ ଛାତ୍ର। ନଟିଙ୍ଗହାମ ପୁଲିସ ଅନୁଯାୟୀ ଆକ୍ରମଣକାରୀ ଏବେ ଥାନାରେ ରହିଛି। ପ୍ରଥମେ ସେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରୀ ମାଡ଼ କରିବାପରେ ଛାତ୍ର ୨ ଜଣଙ୍କୁ ଛୁରି ଭୁଶି ହତ୍ୟା କରିଥିଲା। ବ୍ରିଟେନ ଗୃହ ସଚିବ ପରେ ଏକ ବିବୃତି ଜାରି କରି କହିଛନ୍ତି ଯେ ଏହାକୁ ଆତଙ୍କବାଦୀ ଆକ୍ରମଣ କୁହାଯିବନି।

Comments are closed.