ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଦେଶ ଫେରିଲେ ଭାରତୀୟ ପ୍ରଶିକ୍ଷକ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ‘ବ୍ୟକ୍ତିଗତ ଜରୁରି’ ଦର୍ଶାଇ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିଆସିଛନ୍ତି। ଫଳରେ ନଭେମ୍ବର ୩୦ ତାରିଖରେ କାନ୍‌ବେରାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ଦୁଇ ଦିନିଆ ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଗମ୍ଭୀର ଅନୁପସ୍ଥିତ ରହିବେ। ତେବେ ଡିସେମ୍ବର ୬ ତାରିଖରୁ ଆଡିଲେଡ‌୍‌ରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ସେ ଅଷ୍ଟ୍ରେଲିଆରେ ପହଞ୍ଚିସାରିଥିବେ ବୋଲି ଜଣାପଡ଼ିଛି। ଭାରତୀୟ ଦଳ ବୁଧବାର କାନ୍‌ବେରା ଗସ୍ତ କରି‌ବ। ସେଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିସ୍‌ଙ୍କ ସହିତ ଅଫିସିଆଲ୍‌ ରିସେପସନ୍‌ରେ ଭାରତୀୟ ଖେଳାଳିମାନେ ସାମିଲ ହେବେ। ଦ୍ବିତୀୟ ଟେଷ୍ଟ୍‌ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ୍‌ ବହୁତ ଗୁରୁତ୍ବ ବହନ କରୁଛି। ଅଭ୍ୟାସ ମ୍ୟାଚ୍‌ରେ ପ୍ରଧାନମନ୍ତ୍ରୀ ଏକାଦଶର ନେତୃତ୍ବ ନେବେ ଜାକ୍‌ ଏଡ୍‌ୱାର୍ଡ୍ସ। ଦଳରେ ଅଧିକାଂଶ ନବାଗତମାନଙ୍କୁ ସୁଯୋଗ ଦିଆଯାଇଥିଲା ବେଳେ, ସ୍କଟ୍‌ ବୋଲାଣ୍ଡ, ମାଥ୍ୟୁ ରେନ୍‌ସଅଙ୍କ ଭଳି କିଛି ଆନ୍ତର୍ଜାତିକ‌ ମ୍ୟାଚ୍‌ ଖେଳିସାରିଥିବା ଖେଳାଳିମା‌ନେ ରହିବେ।

Comments are closed.