ଭଦ୍ରକ ଜିଲ୍ଲାରେ ପୁଣି ୨୧ କରୋନା ପଜିଟିଭ୍, ଅକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା
ସବୁ ଆକ୍ରାନ୍ତ ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ର ଫେରନ୍ତା
Reported by Uma Kalyan Mohapatra
ଭଦ୍ରକ,୧୯ ।୦୫(ଜିପ୍ର):ଆଜି ଭଦ୍ରକ ଜିଲ୍ଲାରେ ପୁଣି ୨୧ ଜଣ କରୋନା ଆକାନ୍ତଙ୍କ ଚିହ୍ନଟ ହୋଇଛି । ଫଳରେ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ୍ ସଂଖ୍ୟା ୯୫ କୁ ଛୁଇଁଛି । ସବୁ ଆକାନ୍ତମାନେ ପ୍ରବାସୀ ଓଡିଆ । ପ୍ରକାଶ ଥାଉକି : ଗତ ୧୭ତାରିଖ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୮ରେ ଥିଲା ଓ ଜିଲ୍ଳାରେ ପ୍ରଥମ ଥର ଲାଗି ଚାନ୍ଦବାଲି ବ୍ଲକରେ ୫ ଜଣ କରୋନା ଆକାନ୍ତ ଚିହ୍ନଟ ହୋଇଥିଲା । ଆଜି ମଧ୍ୟ ଏହି ବ୍ଲକରୁ ୨ଜଣ ଆକାନ୍ତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ବନ୍ତ ବ୍ଲକରରୁ ସର୍ବାଧିକ ୭ଜଣ(ଗୋପିନାଥପୁର ପଞ୍ଚାୟତ-୩, ପୁରୁଷଣ୍ଢ ପଞ୍ଚାୟତରୁ -୨, ଗଣିଜଙ୍ଗ ପଞ୍ଚାୟତରୁ-୧ ଓ ଷେଣ୍ଢତୀରା ପଞ୍ଚାୟତରୁ-୧), ଧାମନଗର ବ୍ଲକରୁ ୬ଜଣ(ଚୂଡାକୁଟୀ ପଞ୍ଚାୟତରୁ ୨, ଗଢିଆଳି ପଞ୍ଚାୟତରୁ ୨, ଚୂଡାମଣି ପଞ୍ଚାୟତରୁ -୧), ବାସୁଦେବପୁ ବ୍ଲକରୁ ୪(ପଢୁଆଁ ପଞ୍ଚାୟତରୁ-୨, ବିଦେଇପୁର ପଞ୍ଚାୟତାରୁ ୧ ଓ ଗୁଆଗଡିଆ ପଞ୍ଚାୟତରୁ ୧), ଭଣ୍ଡାରିପୋଖରୀ ବ୍ଲକରୁ ୨(ଷୋଳମପୁର ପଞ୍ଚାୟତରୁ ୧ ଓ ବୟାଁବାନାନପୁର ପଞ୍ଚାୟତରୁ ୧) ଓ ଚାନ୍ଦବାଲି ବ୍ଲକରୁ ୨(ନଳଗୋହିରା ପଞ୍ଚାୟତ-୧) । ଆଜିର ଚିହ୍ନଟ ୨୧ ଆକ୍ରାନ୍ତମାନଙ୍କ ମଧ୍ୟରୁ : କଲିକତାରୁ ୧୨, ଗୁଜରାଟରୁ ୬, ତାମିଲନାଡୁରୁ ୨ ଓ ଆନ୍ଧ୍ରପ୍ରଦେଶରୁ ୧ ବୋଲି ଜଣାଯାଇଛି । ସବୁ ଆକ୍ରାନ୍ତମାନେ ସଂପୃକ୍ତ ବ୍ଲକର ଟିିଏମ୍ସିରେ ରଖାଯାଇଥିବା କଥା ପ୍ରଶାସନ ସୂଚନାରୁ ଜଣାଯାଇଛି । ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଦାଖଲ କରାଯାଇଛି ।
Comments are closed.