ସାଣ୍ଡୱିଚ୍‌ ଦାମ ୧୬ ହଜାର ଟଙ୍କା

ଦିଲ୍ଲୀ: ଜୁଲାଇ ୨୧:ଆଜିକାଲି ସୋସିଆଲ ମିଡିଆରେ ଅନେକ ଖାଇବା ଭାଇରାଲ ହେବାରେ ଲାଗିଛି । କିଏ ଦାମ ପାଇଁ ଭାଇରାଲ ହେଉଛି ତ କିଏ ନିଜର ସ୍ୱାଦ ପାଇଁ । ସେହି କ୍ରମରେ ଏକ ସାଣ୍ଡୱିଚ୍‌ ଓ ଆଇସ୍‌କ୍ରିମ୍‌ ଭାଇରାଲ ହେବାରେ ଲାଗିଛି । ଏମାନଙ୍କର ଦାମ ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏଭଳି ଏକ ସାଣ୍ଡୱିଚ୍‌ ରହିଛି ଯିଏ ନିଜର ଦାମ ପାଇଁ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଛି । ଏହାର ଦାମ ରହିଛି ୧୬ ହଜାର ଟଙ୍କା । ଏହାକୁ ପ୍ରସ୍ତୁତ କରିବାକୁ ୪୮ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ତେଣୁ ଏହାକୁ ଖାଇବାକୁ ହେଲେ ୪୮ ଘଣ୍ଟା ପୂର୍ବରୁ ବରାଦ ଦେବାକୁ ହୋଇଥାଏ । ସାଣ୍ଡୱିଚ୍‌ଟି ନିୟୁର୍କର ସେରେଣ୍ଡିପିଟି ୩ ନାମକ ଏକ ରେସ୍ତୋରାଁରେ ପରଷା ଯାଇଥାଏ । ଏଥିରେ ସୁନାର ପରତ ମଧ୍ୟ ଲଗା ଯାଇଛି ।
ସେହିଭଳି ଆଉ ଏକ ଖାଦ୍ୟ ଯାହା ଏବେ ଭାଇରାଲ ହେଉଛି ତାହା ହେଲା ଆଇସ୍‌କ୍ରିମ୍‌ । ଏହାର ନାମ ବ୍ଲାକ୍‌ ଡାଇମଣ୍ଡ ରହିଛି । ଏହାର ଗୋଟିଏ ସ୍କୁପ୍‌ର ଦାମ ୮୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୦ ହଜାର । ଆଇସ୍‌କ୍ରିମ୍‌ଟିକୁ ଦୁବାଇର ସ୍କୋପି କାଫେ ପ୍ରସ୍ତୁତ କରିଥାଏ । ଏହା ଫ୍ରେସ୍‌ ବନିଲା ବିନ୍ସ୍‌ରୁ ପ୍ରସ୍ତୁତ କରାଯାଇଥାଏ । ଏହା ବ୍ୟତିତ ଏଥିରେ କେଶର ସହିତ ବ୍ଲାକ୍‌ ଟ୍ରଫଲ୍‌ ମଧ୍ୟ ବ୍ୟବହାର ହୋଇଥାଏ । ଏହି ଆଇସ୍‌କ୍ରିମ୍‌ର ଆଉ ଏକ ସ୍ୱତନ୍ତ୍ରତା ହେଲା ଏହା ଗ୍ରାହକଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଇଥାଏ । ପରଷିବା ସମୟରେ ଏହାକୁ ଖାଦ୍ୟପୋଯୋଗୀ ସୁନାରେ ସଜା ମଧ୍ୟ ଯାଇଥାଏ । ଏହାକୁ ଏକ ଆକର୍ଷକ କଳା ଓ ସୁନେଲି ରଙ୍ଗର ପାତ୍ରରେ ପରଷା ଯାଇଥାଏ ।

Comments are closed.