ଦିଲ୍ଲୀ: ଅଗଷ୍ଟ ୩: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୯୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୭୭୧ ଜଣଙ୍କ ମୃତ୍ୟୁ ହେଇଛି I ଏହା ସହ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୫ କୁ ବୃଦ୍ଧି ପାଇଛି I ସେହିଭଳି କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ ରେ ପହଂଚିଛି I
ଏବେ ୫ ଲକ୍ଷ ୭୯ ହଜାର ୩୫୭ ଜଣ ଚିକିତ୍ସାଧୀନ ଅଛନ୍ତି I ଗତ ୨୪ ଘଂଟାରେ ୪୦ ହଜାର ୫୭୪ ଜଣ ସୁସ୍ଥ ହେଇଛନ୍ତି I
ଏ ପର୍ଯ୍ୟନ୍ତ ମୋଟ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ଏହି ରୋଗରୁ ସୁସ୍ଥ ହୋଇ ସାରିଛନ୍ତି I ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା ୬୫.୭୭ କୁ ବୃଦ୍ଧି ପାଇଛି I ସେହିପରି ମୃତ୍ୟୁ ହାର ୨.୧୧ ପ୍ରତିଶତ କୁ କମିଛି I
ଏପର୍ଯ୍ୟନ୍ତ ସମୁଦାୟ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଟି ସାମ୍ପଲ ପରୀକ୍ଷା ହେଇଛି ଏବଂ ଗତ କାଲି ୩ ଲକ୍ଷ ୮୧ ହଜାର ୨୭ ଟି ସାମ୍ପଲ ଟେଷ୍ଟ କରାଯାଇଛି I
Comments are closed.