ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁନ ୧୫: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ୩୨୫ ଜଣଙ୍କର ମୃତ୍ୟୁ ହେଇଛି I ଗତ କିଛିଦିନ ହେଲା,ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି।
ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୩୨,୪୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୯୫୨୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ୧,୬୯,୭୯୭ ଜଣ ସୁସ୍ଥ ହେଇସାରିଛନ୍ତି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ୧,୫୩,୧୦୬ ଜଣ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି I
ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୯ ଜଣ ସ୍ଵସ୍ଥ ହେଇଛନ୍ତି ଏବଂ ଏଥିସହିତ ଆରୋଗ୍ୟ ଲାଭ ହାର ୫୧.୦୮% ରେ ପହଂଚିଛି I

Comments are closed.