ଭାରତୀୟ ଦଳକୁ ଫେରିବା ପାଇଁ ମହମ୍ମଦ ସାମିଙ୍କ ଆଗରେ ସତ ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳକୁ ଫେରିବାକୁ ହେଲେ ଦ୍ରୁତ ବୋଲର୍‌ ମହମ୍ମଦ ସାମିଙ୍କ ପାଖରେ ସପ୍ତାହେରୁ କମ୍‌ ଦିନ ରହିଛି। ଆହତ ହୋଇ ବହୁ ଦିନ ପର୍ଯ୍ୟନ୍ତ କ୍ରିକେଟ୍‌ଠୁ ଦୂରରେ ରହିବା ପରେ ରଣଜୀ ଟ୍ରଫିରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିଥିଲେ। କିନ୍ତୁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବା ପରେ ଏବେ ସମୟ ମୁସ୍ତାକ ଅଲୀ ଟ୍ରଫିରେ ସେ ବେଙ୍ଗଲ ତରଫରୁ ଖେଳୁଛନ୍ତି। ତାଙ୍କ ଉପରେ ବିସିସିଆଇ ମେଡିକାଲ୍‌ ଟିମ୍‌ ମଧ୍ୟ ତୀକ୍ଷ୍ଣ ନଜର ରଖିଛି। ତେବେ ଭାରତୀୟ ଦଳକୁ ଫେରିବାକୁ ହେଲେ ତାଙ୍କୁ ଓଜନ ହ୍ରାସ କରିବା ପାଇଁ କୁହାଯାଇଥିବାରୁ, ଏହା ଉପରେ ଏବେ ସାମି କାମ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ରଣଜୀ ଟ୍ରଫି ଓ ଏବେ ସୟଦ ମୁସ୍ତକ ଅଲୀ ଟ୍ରଫିରେ ପ୍ରତ୍ୟେକ ସ୍ପେଲ୍‌ ପରେ ବିସିସିଆଇ ମେଡିକାଲ୍ ଟିମ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। କିନ୍ତୁ ଯେବେ ସେ ଆତ୍ମନିର୍ଭର ହୋଇଯିବେ ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିଚାରକୁ ନିଆଯିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ତଥାପି ଯେତେ ଅଧିକ ମ୍ୟାଚ୍‌ ଖେଳିଚାଲିବେ, ସାମିଙ୍କ ଓଜନ ସେତେ ଶୀଘ୍ର ହ୍ରାସ ପାଇବ ବୋଲି ମେଡିକାଲ୍‌ ଟମ୍‌ କହିଛି। ସାମିଙ୍କ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ନିଜକୁ ଫିଟ୍‌ ସାବ୍ୟସ୍ତ କରିବାକୁ ୧୦ ଦିନ ସମୟ ଦିଆଯାଇଥିଲା ଓ ଏହା ଗତ ୨୩ ତାରିଖରୁ ଆରମ୍ଭ ହୋଇସାରିଛି। ତେଣୁ ଆଉ ପାଖାପାଖି ଦୁଇଟି ମ୍ୟାଚ୍‌ ଭିତରେ ତାଙ୍କୁ ସଂପୂର୍ଣ୍ଣ ଆତ୍ମନିର୍ଭର ବୋଲି ପ୍ରମାଣିତ କରିବାକୁ ହେବ। ଯଦି ସବୁକିଛି ଠିକ୍‌ଠାକ୍‌ ଯାଏ ତାହେଲେ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ ଦଳରେ ସେ ସାମିଲ ହୋଇପାରିବେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

Comments are closed.