ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମ୍ୟାଚ୍ର ଚାହିଦା କେତେ ତାହା ମଙ୍ଗଳବାର ଧରାପଡ଼ିଥିବା ଜଣେ ଦଲାଲ୍ଠାରୁ ଜଣାପଡ଼ିଛି। ପୁଲିସ ଦ୍ବାରା ଗିରଫ ହୋଇଥିବା ସଂପୃକ୍ତ ଅଭିଯୁକ୍ତ ଜଣକ ୧.୨ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି କମ୍ପ୍ଲିମେଣ୍ଟାରି ପାସ୍କୁ ବିକ୍ରି କରିବାକୁ ଯାଉଥିଲା। ଉକ୍ତ ପାସ୍ଗୁଡ଼ିକ ଭିଭିଆଇପି ଓ ସ୍ବତନ୍ତ୍ର ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଗିରଫ ବ୍ୟକ୍ତିଙ୍କ ପାଖକୁ ତାହା କିପରି ଗଲା ବୋଲି ପୁଲିସ ତଦନ୍ତ କରୁଛି। ଏଥିପୂର୍ବରୁ ଜଣେ ଇଭେଣ୍ଟ୍ ଆୟୋଜକ ଆକାଶ କୋଠାରି ଟିକେଟ୍ କଳାବଜାର କରିଥିବା ଅଭିଯୋଗରେ ପୁଲିସ ଦ୍ବାରା ଗିରଫ ହୋଇଛି। ସେମିଫାଇନାଲ୍ ଟିକେଟ୍ଗୁଡ଼ିକୁ ୪ରୁ ୫ଗୁଣା ଅଧିକ ଦରରେ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣା ଉପରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
Comments are closed.