ଆଠଗଡ଼: ଭିଜିଲାନ୍ସ ଜାଲରେ ଥାନାବାବୁ । ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ଫୌଜଦାରୀ ମାମଲା ରଫାଦଫା କରିବା ଲାଞ୍ଚ ନେଉଥିଲେ ପ୍ରଦୀପ ବେହେରା । ଖବର ପାଇ ଭିଜିଲାନ୍ସ ଏହି ସମୟରେ ତାଙ୍କୁ ମାଡିବସିଥିଲା । ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି ।
ସୂଚନାନୁସାରେ,କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ପାଞ୍ଚ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା । ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ଏଭଳି ହେଉଥିବା ନେଇ ଭିଜିଲାନ୍ସ ନିକଟରେ ଖବର ପହଞ୍ଚିଥିଲେ ସୁଦ୍ଧା ସେ ଧରା ପଡ଼ୁ ନ ଥିଲେ ।