ଭୁବନେଶ୍ୱରରେ ବଢ଼ୁଛି କରୋନା ଚିନ୍ତା; ଶୁକ୍ରବାର ୧୨୪ ଆକ୍ରାନ୍ତ

ଭୁବନେଶ୍ୱର :ଜୁଲାଇ ୧୭: ଭୁବନେଶ୍ୱରରେ ଘାରିଛି କରୋନା ଚିନ୍ତା । କ୍ରମାଗତ ଭାବରେ ବଢ଼ିଚାଲିଛି ସଂକ୍ରମଣ ଚିନ୍ତା । ଶୁକ୍ରବାର ଭୁବନେଶ୍ୱରରୁ ୧୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୭୨ ଜଣ ଥିବା ବେଳେ local contact case ୫୨ ଜଣ । ଭୁବନେଶ୍ୱରରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୪୩ ରେ ପହଞ୍ଚିଥିବା ବେଳେ ଗତ ୯ ଦିନରେ ୫୧୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ ତାରିଖରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସଂକ୍ରମଣ ପରିସ୍ଥିତିର ମୁକାବିଲା କରିବା ପାଇଁ ୩୧ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପରିସ୍ଥିତି ଯେଭଳି ଅଣାୟତସ୍ଥିତିକୁ ନଯିବ ସେଥିପାଇଁ ଏହି ସଟ୍‌ଡାଉନ୍‌କୁ ସରକାର ଅଧିକ କଡାକଡି କରିଛନ୍ତି । ରାଜଧାନୀକୁ ସହର ବାହାରରୁ କୌଣସି ଯାନବାହାନ ଓ ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Comments are closed.