ଭୁବନେଶ୍ୱରରେ ୭ ଆକ୍ରାନ୍ତ, ୪ ରେଳ କର୍ମଚାରୀ

ଭୁବନେଶ୍ୱର : ଜୁନ ୧୯:ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସହରରେ ଥିବା ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ବି ହେଉଛନ୍ତ। ଶକ୍ରବାର ଭୁବନେଶ୍ୱରରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରେଳ କର୍ମଚାରୀ ଅଛନ୍ତି । ଆଜି ବି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ୨୮ ବର୍ଷିୟ ପୁରୁଷ। ସେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ବାସିନ୍ଦା ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।
ବିଏମ୍‌ସିର ଟ୍ୱିଟ ଅନୁସାରେ, ୭ ଜଣଙ୍କ ମଧ୍ୟରୁ ୪ଜଣ ହୋମ୍‌ କ ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମଣ ରହିିଛନ୍ତି । ହୋମ୍‌ କ ୍ୱାରେଣ୍ଟାଇନରେ ଥିବା ୪ ଜଣ ରେଳ କର୍ମଚାରୀ ପୁରୁଷ, ସମସ୍ତେ ଦିଲ୍ଲୀ ଫେରନ୍ତା । ସେମାନଙ୍କ ବୟସ ଯଥାକ୍ରମେ ୩୮ବର୍ଷ, ୩୦ବର୍ଷ, ୩୪ବର୍ଷ ଓ ୩୧ବର୍ଷ । ସେହିପରି ଡୁମଡୁମା ହାଉସିଂ ବୋର୍ଡ କଲୋନିର ଜଣେ ୪୫ ବର୍ଷୀୟ ମହିଳା ଓ ୧୦ ବର୍ଷର ବାଳକ କରୋନା ପଜିଟିଭ ହୋଇଛନ୍ତି । ଏହି ଦୁଇଜଣ ନିକଟରେ ଗଞ୍ଜାମରୁ ଫେରିଥିଲେ । ଚିହ୍ନଟ ହୋଇଥିବା ସପ୍ତମ କରୋନା ଆକ୍ରାନ୍ତ ଜଣକ ଜଣେ ୩୧ବର୍ଷୀୟ ମହିଳା । ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଥିବା ବେଳେ ୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.