ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି ବ୍ୟବସ୍ଥା
Edited by Papu Mohanty
ଭୁବନେଶ୍ୱର(ସବୁ୍ୟ): 10/05: ରାଜ୍ୟକୁ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରୁ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱରର ତିନି ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହୋଇଛି ।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଜଧାନୀରେ ପ୍ରବେଶ କରିବାକୁ ଥିବା ପ୍ରବାସୀଙ୍କୁ ସହରର ତିନୋଟି ସ୍ଥାନରେ ସ୍କ୍ରିନିଂ କରାଯିବ । କଟକ ପଟରୁ ଆସୁଥିବା ପ୍ରବାସୀଙ୍କୁ ରସୁଲଗଡ଼ ନିକଟ କୋଚିଲେଇ ହାଟ ପାଖରେ ଥିବା ଆଶ୍ରମ ସ୍କୁଲ, ଖୋର୍ଦ୍ଧା ପଟରୁ ଆସୁଥିବା ପ୍ରବାସୀଙ୍କୁ ଖଣ୍ଡଗିରିସ୍ଥିତ ତପୋବନ ସ୍କୁଲ ଓ ପୁରୀ ପାଶ୍ୱର୍ରୁ ଆସୁଥିବା ପ୍ରବାସୀଙ୍କୁ ଉତ୍ତରା ଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜରେ ସ୍କ୍ରିନିଂ କରାଯିବାର ବ୍ୟବସ୍ଥା ହୋଇଛି।
ପ୍ରବାସୀମାନେ ପ୍ରବେଶ ପଥରେ ପହଞ୍ଚି ନିଜକୁ ପଞ୍ଜିକରଣ କରିବେ । ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ । ହୋମ୍ କ୍ୱାରେଣ୍ଟାଇନ ଓ ସରକାରୀ ଦେୟମୁକ୍ତ ସଙ୍ଗରୋଧ କେନ୍ଦ୍ରକୁ ପ୍ରବାସୀମାନେ ଯିବେ । ଯେଉଁମାନେ ହୋମ କ ୍ୱାରେଣ୍ଟାଇନରେ ରହିବେ, ତାଙ୍କର ଘରେ ସଂଗରୋଧ ଷ୍ଟିକର ଲାଗିବ । ବିଏମ୍ସି ପକ୍ଷରୁ ଘର ଘର ବୁଲି ଲୋକଙ୍କର ତଥ୍ୟ ସଂଗ୍ରହ କରାଯାଉଛି । କରୋନା ପଜେଟିଭ ଚିହ୍ନଟ ହୋଇଥିବା ଅଞ୍ଚଳର ଲୋକଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଉଛି ।
ଏତଦ୍ବ୍ୟତୀତ ବିଏମ୍ସି କର୍ତ୍ତୃପକ୍ଷଙ୍କ ସହ ଅନ୍ୟ ଜିଲ୍ଲାର ପ୍ରଶାସନ ଯୋଗଯୋଗ କରିବା ସହିତ ପ୍ରବାସୀଙ୍କୁ ନେବା ଲାଗି ପରିବହନ ବ୍ୟବସ୍ଥା କରିବେ । ଫେରୁଥିବା ପ୍ରବାସୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ବିଏମ୍ସିର ତିନି ଜୋନ୍ର ଜେଡିସିଙ୍କୁ କୁହାଯାଇଛି । ଯେଉଁମାନେ ନିଜ ଜିଲ୍ଲା କିମ୍ବା ଘରକୁ ଯିବାକୁ ଅସମର୍ଥଥିବେ, ସେମାନଙ୍କ ପାଇଁ ଏଠାରେ ଖାଦ୍ୟପେୟ ବ୍ୟବସ୍ଥା ସହ ସେମାନଙ୍କୁ ଟ୍ରାଞ୍ଜିଟ ହାଉସକୁ ପଠାଯିବ । କମିଶନରେଟ୍ ପୁଲିସ ଓ ବିଏମ୍ସି ପକ୍ଷରୁ ସେମାନଙ୍କ ସୁରକ୍ଷା ପ୍ରତି ନଜର ରଖାଯିବ ।
Comments are closed.