ଭୁବନେଶ୍ୱର: ଜୁଲାଇ ୨୨: ଭୁବନେଶ୍ୱର ରେ ୨୪ ଘଂଟାରେ ୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୯ ଟି Local Contact Case ହେଇଥିବା ବେଳେ, ୭୨ ଜଣ Quarantine ରେ ଥିବା ବେଳେ ଚିହ୍ନଟ ହେଇଛନ୍ତି I
ମଂଚେଶ୍ୱର ଅଂଚଳର ଗୋଟିଏ ଫ୍ଲୋର ମିଲ ରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଆଇ ଆର ସି ଭିଲେଜ ଅଂଚଳର ଗଣପତି ନଗର ବସ୍ତି ରୁ ୧୪ ଜଣ ଚିହ୍ନଟ ହେଇଛନ୍ତି I ରାଜମହଲ ଛକ ପାଖରେ ଥିବା ଏକ Construction କମ୍ପାନୀ ର ୯ ଜଣ କର୍ମଚାରୀ ମଧ୍ୟ କରୋନା ରେ ସଂକ୍ରମିତ ହେଇଛନ୍ତି ବୋଲି BMC ଟ୍ୱଇଟ ରେ ଦର୍ଶାଯାଇଛି I ଏହା ସହିତ ଭୁବନେଶ୍ୱର ର ଅନ୍ୟାନ୍ୟ ଅଂଚଳରୁ ମଧ୍ୟ କିଛି କିଛି କେଶ ବାହାରିଛନ୍ତି I
ତେବେ, ସୁଖର ବିଷୟ ଭୁବନେଶ୍ୱର ରେ ଆଜି ୯୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ୧୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୭୨୪ ଜଣ ସୁସ୍ଥ ହେଇଛନ୍ତି ଏବଂ ଏବେ ୬୦୬ ଜଣ ଚିକିତ୍ସିତ ହେଉଛନ୍ତି I ମୋଟ ୧୧ ଜଣଙ୍କର ମୃତ୍ୟୁ ହେଇଛି I
Comments are closed.