ଭୁବନେଶ୍ୱର ରେ ୨୧୫ ଏବଂ କଟକ ରେ ୪୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୨୮: ୨୪ ଘଂଟାରେ ଭୁବନେଶ୍ୱର ୨୧୫ ଜଣ ଏବଂ କଟକ ରେ ୪୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୨୧୫ କେଶ ମଧ୍ୟରୁ, ୧୫୦ ଟି Quarantine Case ଏବଂ ୬୫ ଟି Local Contact Case I
ସେହିପରି, କଟକରୁ ଚିହ୍ନଟ ହେଇଥିବା ୪୧ ଟି କେଶ ମଧ୍ୟରୁ, ୧୨ ଟି Institutional Quarantine Case , ୨୭ ଟି Home Quarantine Case ଏବଂ ୨ ଟି Local Contact Case I
ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୬୫ ରେ ପହଂଚିଛି I ସେଥିରୁ, ୧,୧୪୧ ଜଣ ସୁସ୍ଥ ହେଇସାରିଥିବା ବେଳେ ୧,୨୦୯ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହେଇଛି I
କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୭ କୁ ବୃଦ୍ଧି ପାଇଛି I ସେଥିରୁ, ୩୧୪ ଜଣ ସୁସ୍ଥ ହେଇଛନ୍ତି ଏବଂ ୪୫୩ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.