ଭୟଙ୍କର ବାଣ ବିସ୍ଫୋରଣ,୪ ଗୁରୁତର

0

ଯାଜପୁର : ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ । ଘରର ଛାତ ଉଡ଼ିଯିବା ସହ ୪ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ଆହତଙ୍କୁ ପ୍ରଥମେ ଯାଜପୁର ମେଡିକାଲ ଏବଂ ଜଣକୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିସ୍ଫୋରଣରେ ମୋଟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗାଁର ଜଣକ ଘରେ ବେଆଇନ ଭାବରେ ବାଣ ଭିଡା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏଥିରେ ଆଖପାଖ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କେଉଁପରି ଭାବରେ ଏତେବଡ଼ ଅଘଟଣ ଘଟିଲା ତଦନ୍ତ ପାଇଁ ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.