By Papu Mohanty
ଭୁବନେଶ୍ୱର(ସବୁ୍ୟ): 08/05: କେରାନା(କୋଭିଡ୍-୧୯) ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ହ୍ୱାଟସ୍ ଆପ୍ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ରାଜ୍ୟ ସରକାର ଡିଡି ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ ଆପ୍, ଏଡୁସାଟ୍ ଦ୍ୱାରା ଶିକ୍ଷାଦାନ ହେଉଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଅନ୍ଲାଇନ ମାଧ୍ୟମରେ ପାଠ ପଢ଼ିବା ଲାଗି ଏହାକୁ ଅଧିକ ବ୍ୟାପକ କରାଇବା ପାଇଁ ମାଇକ୍ରୋସଫଫ ଟିମ୍ର ସହଯୋଗ ନିଆଯାଇଛି । ଯାହାର ପ୍ରଥମ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବିଦ୍ୟାଳୟରେ ପରୀକ୍ଷାମୂଳକ ଭାବେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଅଛି । ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଓ ୨ ଜଣ ସହକାରୀ ଶିକ୍ଷକଙ୍କୁ ନେଇ ଏସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟରେ ୨୪ଟି ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପ୍ରଶିକ୍ଷଣ ଦିଆସରିଛି । ଦଶଟି ଲେଖାଏଁ ୨୪ଜିଲ୍ଲାର ମୋଟ ୨୪୦ ସ୍କୁଲକୁ ଏହି ମାଇକ୍ରୋସଫଫ ଟିମ୍ ଦ୍ୱାରା ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କାର୍ଯ୍ୟ ଜାରି ରହିଛି । ଗୋଟିଏ ସ୍କୁଲ ଅଧୀନରେ ୨୫୦ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷା ସଂଯୋଗ ମାଧ୍ୟମରେ ପାଠ ପଢ଼ିପାରିବେ । ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭଳି ମାଇକ୍ରୋସଫଫ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ସହିତ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପାଠ ପଢ଼ି ପାରିବେ । ପୂର୍ବ ନିଷ୍ପତ୍ତି ଅନୁସାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ହ୍ୱାଟସ ଆପ୍ ମାଧ୍ୟମରେ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।
Comments are closed.