ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ: ମଇ ୧୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ମେ ୨୦୨୨ ସଂଧ୍ୟା ୭ଟା ସମୟରେ ଭିଡିଓ କନ®ରେନ୍ସିଂ ମାଧ୍ୟମରେ ଇନ୍ଦୋରରେ ଅନୁଷ୍ଠିତ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ସମ୍ମିଳନୀରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ନୀତିର ଶୁଭାରମ୍ଭ କରିବେ ଏବଂ ଷ୍ଟାର୍ଟଅପ୍‌ ଗୋଷ୍ଠୀ ଉଦ୍ଦେଶ୍ୟରେ ଭାଷଣ ଦେବେ । ଏଥିସହ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ । ଏହି ପୋର୍ଟାଲ ଷ୍ଟାର୍ଟଅପ୍‌ ଇକୋ ବ୍ୟବସ୍ଥାପନାକୁ ସହଜ ଓ ଉନ୍ନତ କରିବାରେ ସାହାଯ୍ୟ କରିବ । ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ସମ୍ମିଳନୀରେ ଷ୍ଟାର୍ଟଅପ୍‌ ଇକୋ ବ୍ୟବସ୍ଥାପନା ସହିତ ଯୁକ୍ତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ସରକାରୀ ତଥା ବେସରକାରୀ କ୍ଷେତ୍ରର ନୀତି ପ୍ରସ୍ତୁତକାରୀ, ଉଦ୍ଭାବକ, ଉଦ୍ୟୋଗୀ, ଶିକ୍ଷାବିତ୍‌, ନିବେଶକ, ପରାମର୍ଶଦାତା ଏବଂ ସଂଶ୍ଳିଷ୍ଟ କ୍ଷେତ୍ର ସହ ଯୁକ୍ତ ବ୍ୟକ୍ତିମାନେ ଅଛନ୍ତି । ଏହି ସମ୍ମିଳନୀରେ ସ୍ପିଡ୍‌ ମେଣ୍ଟରିଂ ଅଧିବେଶନ ସହିତ ବିଭିନ୍ନ ଅଧିବେଶନ ହେବ, ଯେଉଁଠାରେ ଷ୍ଟାର୍ଟଅପଗୁଡ଼ିକ ଶିକ୍ଷାନୁଷ୍ଠାନ ସହ ଯୁକ୍ତ ବ୍ୟକ୍ତିମାନଙ୍କ ସହିତ ବାର୍ତ୍ତାଳାପ କରିପାରିବେ । ପାଣ୍ଠି ସଂଗ୍ରହ ସଂକ୍ରାନ୍ତ ଅଧିବେଶନରେ ଉଦ୍ୟୋଗୀମାନେ ଅର୍ଥ ସଂଗ୍ରହର ବିଭିନ୍ନ ପଦ୍ଧତି ବିଷୟରେ ଶିକ୍ଷା ନେଇପାରିବେ । ନିବେଶକମାନଙ୍କ ଆଗରେ ପ୍ରକଳ୍ପର ଉପସ୍ଥାପନା ସଂକ୍ରାନ୍ତ ଅଧିବେଶନରେ ଷ୍ଟାର୍ଟଅପଗୁଡ଼ିକ ନିବେଶକମାନଙ୍କ ସହିତ ସହଯୋଗିତା ଏବଂ ଅର୍ଥ ସଂଗ୍ରହ ପାଇଁ ସେମାନଙ୍କର ଚିନ୍ତା-ଭାବନା ପ୍ରକାଶ କରିବାର ସୁଯୋଗ ପାଇବେ । ଇକୋସିଷ୍ଟମ୍‌ ସହାୟତା ଅଧିବେଶନରେ ଅଂଶ ଗ୍ରହଣକାରୀମାନେ ବ୍ରାଣ୍ଡ୍‌ ମୂଲ୍ୟ ଏବଂ ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ବିଷୟରେ ଅବଗତ ହେବେ । ନୂତନ ଧାରା ଏବଂ ଉଦ୍ଭାବନ ସଂକ୍ରାନ୍ତ ଏକ ଷ୍ଟାର୍ଟଅପ୍‌ ଏକ୍ସପୋ ମଧ୍ୟ ଏହି ଅବସରରେ ପ୍ରଦର୍ଶିତ ହେବ ।

Comments are closed.