ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରି ବିଜେପିରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ମନୀଷ ବିଜେପି ଦଳରୁ ଲୁଧିଆନା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। କିନ୍ତୁ କଂଗ୍ରେସ ସାଂସଦଙ୍କ ଅଫିସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ମନୀଷ ତିୱାରି ବିଜେପିରେ ଯୋଗ ଦେବା ଖବର ମିଛ ଏବଂ ଭିତ୍ତିହୀନ। ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାମ କରୁଛନ୍ତି ଏବଂ ଗତକାଲି ରାତିରେ ମଧ୍ୟ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜଣେ କଂଗ୍ରେସ କର୍ମୀଙ୍କ ଘରେ ରହିଥିଲେ। ପୂର୍ବରୁ ମିଳିଥିବା ସୂଚନାନୁଯାୟୀ ତିୱାରୀ ବିଜେପି ସହ ଯୋଗାଯୋଗରେ ରହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କମଳାନାଥ ଏବଂ ତାଙ୍କ ପୁଅ ନକୁଳ ନାଥ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ମନିଷ ତିୱାରୀଙ୍କୁ ନେଇ ମଧ୍ୟ ସମାନ ଚର୍ଚ୍ଚା ହେଉଛି। ତେବେ କମଳନାଥ ବିଜେପିରେ ଯୋଗ ଦେବା ଖବରକୁ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତୁ ପଟୱାରି ଖଣ୍ଡନ କରିଛନ୍ତି। ଜିତୁ ପଟୱାରି କହିଛନ୍ତି, କମଳ ନାଥ ତାଙ୍କ ସ୍ବପ୍ନରେ ବି କେବେ ବିଜେପିରେ ଯୋଗ ଦେବା କଥା ଚିନ୍ତା କରିନଥିବେ।
Comments are closed.