ମହିଳା ଗଲ୍‌ଫରେ ପଦକ ଆଶା ମଉଳିଲା

ଦିଲ୍ଲୀ: ଅଗଷ୍ଟ ୭: ମହିଳା ସିଙ୍ଗଲ ଗଲ୍‌ଫ ଖେଳରେ ଭାରତୀୟ ଖେଳାଳୀ ଆଦିତି ଅଶୋକ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତକାଲି ଶେଷ ହୋଇଥିବା ତୃତୀୟ ରାଉଣ୍ଡରେ ଆଦିତି ଭଲ ପଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଆଜିର ଚତୁର୍ଥ ରାଉଣ୍ଡରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଜି ରାଉଣ୍ଡରେ ସେ ଭଲ ପଦର୍ଶନ କରି ଭାରତୀୟପ୍ରେମୀଙ୍କ ମନ ଜିଣି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ ମାଧ୍ୟମରେ ତାଙ୍କ ଖେଳର ଖୁବ୍‌ ପ୍ରଶଂସା କରିଛନ୍ତି ।
ଟୋକିଓ ଅଲମ୍ପିକ୍ସର ଆଜି ଶେଷ ହୋଇଛି ମହିଳା ସିଙ୍ଗଲ ଗଲ୍‌ଫ ମ୍ୟାଚ୍‌ । ଏଥିରେ ୟୁଏସ୍‌ ଖେଳାଳୀ ନେଲି କୋରଡା ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ଜାପାନ ଖେଳାଳୀ ମୋନ ଇନାମି ରୌପ୍ୟ ଓ ନୁ୍ୟଜିଲାଣ୍ଡ ଖେଳାଳୀ ଲେଡିଆ କୋ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଅନ୍ୟପକ୍ଷେ ଭାରତୀୟ ଖେଳପ୍ରେମୀଙ୍କ ଆଶା ଏବେ ଜାଭଲନ ଥ୍ରେ ଖେଳାଳୀ ନୀରଜ ଚୋପ୍ରା ଓ ରେସଲର ବଜରଙ୍ଗ ପୁନିଆଙ୍କ ଉପରେ ରହିଛି । ଆଜି ନୀରଜଙ୍କ ଫାଇନାଲ୍‌ ମ୍ୟାଚ୍‌ ଅପରାହ୍ନ ୪.୩୦ ସମୟରେ ଅନୁଷ୍ଠିତ ହେବ । ନୀରଜଙ୍କଠାରୁ ନିଶ୍ଚିନ୍ତ ପଦକ ଆଶା ରହିଛି । ଅନ୍ୟପକ୍ଷରେ ବଜରଙ୍ଗ ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।

Comments are closed.