ସାଧାରଣତଃ ମହୁମାଛି କାମୁଡା ଯନ୍ତ୍ରଣା ଦାୟକ ହୋଇଥିବାରୁ ଏହା ପାଖ କେହି ମାଡନ୍ତି ନାହିଁ । ହେଲେ ୟୁକେରେ ଏହି ମହୁମାଛିଙ୍କୁ ଥେରାପି ପାଇଁ ବ୍ୟବହାର କରାଯାଉଛି । ପ୍ରଥମଥର ପାଇଁ ସ୍କଟ୍ଲାଣ୍ଡ୍ରେ ବି ଥେରାପି ରିଟ୍ରିଟ୍ର ଲଞ୍ଚ କରାଯାଇଥିଲା, ଯାହାକୁ ରିଲାକ୍ସିଂ ପ୍ରକ୍ରିୟା ପାଇଁ ବ୍ୟବହାର କରାଯାଇଥାଏ । ଏହି ପ୍ରୋଜେକଫରେ ପାଖାପାଖି ୬ ମହୁମାଛି ବାକ୍ସକୁ ବ୍ୟବହାର କରାଯାଇଥାଏ, ଯେଉଁଥିରେ ୬୦ ହଜାରରୁ ଅଧିକ ମହୁମାଛି ରହିଥାଆନ୍ତି । ଏହି ଥେରାପି ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ୪୫ ମିନିଟର ଏକ ସେସନ୍ ବୁକ୍ କରିଥାଆନ୍ତି । ଏହି ସେସନ୍ରେ ସେମାନଙ୍କୁ ମହୁମାଛିମାନେ ରହୁଥିବା ଏପିପଡ୍ ଭିତରେ ଦୁଇପଟୁ କଭର ହୋଇଥିବା ବେଡ୍ରେ ଶୋଇବାକୁ ହୋଇଥାଏ । ଏହା ବସାଗୁଡିକର ପାଖରେ ଥିବାରୁ ମହୁମାଛିଙ୍କର ମାଇକ୍ରୋ ଭାଇବ୍ରେସନ୍କୁ ବ୍ୟକ୍ତିମାନେ ସିଧାସଳଖ ଅନୁଭବ କରିଥାଆନ୍ତି । ଏହା ମଣିଷଙ୍କର ମେରୁଦଣ୍ଡର ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ଏହାସହ ଏହି ପରିବେଶରେ ମହୁର ବାସ୍ନା ଥିବାରୁ ତାହା ବେଶ ମନୋରମ ହୋଇଥାଏ । ଏହାର ଇଫେକଫ ବେଶ ସକରାତ୍ମକ ହୋଇଥାଏ । ଏହାର ଗୋଟିଏ ଥରର ସେସନ୍ ପାଇଁ ଜଣେ ବ୍ୟକ୍ତିଙ୍କୁ ୮ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ଥେରାପିର ଚାହିଦା ବର୍ତ୍ତମାନ ଧୀରେଧୀରେ ବଢିବାରେ ଲାଗୁଛି । ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଜଣା ପଡିଛି ।
Comments are closed.