କଣାସ(ସବ୍ୟୁ): ଜୁଲାଇ ୨୫: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ମାଙ୍କଡ଼ ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେବ ମାଙ୍କଡ଼ ମାନେ କଣାସ ଅଞ୍ଚଳ ଛାଡୁନାହାନ୍ତି। ଯାହା ଫଳରେ ଲୋକମାନେ ଘରୁ ବାହାରୁନାହାନ୍ତି। ଏହି ଆତଙ୍କ ସୃଷ୍ଟିକାରି ମାଙ୍କଡ଼ ଯୋଗୁ ପ୍ରତିଦିନ ଲୋକମାନେ କଣାସ ଗୋଷ୍ଠି ସ୍ବାସ୍ତ୍ୟ କେନ୍ଦ୍ର ପୁରୀ ଓ ଭୁବନେଶ୍ୱର ଇତ୍ୟାଦି କୁ ଲହୁ ଲୁହାଣ ହୋଇ ଚିକିତ୍ସା ହେବାକୁ ଯାଉଛନ୍ତି।
ଦୀର୍ଘ ୮ମାସ ହେବ ଜଙ୍ଘାର ଗ୍ରାମରେ ଏକ ବିରାଟକାୟ ହନୁ ଲୁଚିରହି ଦୈନ ଦିନ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆକ୍ରମଣ କରୁଥିବାରୁ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଅନେକ ବ୍ୟକ୍ତି ଆହତ ହେଇ ଚିକିତ୍ସିତ ହେଉଥିବା ଜଣାପଡିଛି I
ନିକଟରେ ଥିବା ଡେଲାଙ୍ଗ ଫରେଷ୍ଟ ବିଭାଗ ମାଙ୍କଡ଼ଟିକୁ ଧରିବା ବିଫଳ ହେବାପରେ, ମାଙ୍କଡ଼ ଧରିବା ପାଇଁ ଗୋଟିଏ ଯନ୍ତା ଦେଇଥିଲେ ମଧ୍ୟ ମାଙ୍କଡ଼ ଏହି ଯନ୍ତାରେ ପଶିବା ତ ଦୂରର କଥା ଯନ୍ତାକୁ ଫୋପଡା ଫିଙ୍ଗା କରୁଛି ।
ପୁନଶ୍ଚ ଗ୍ରାମବାସୀ ଫରେଷ୍ଟ ବିଭାଗ ପୁରୀ କୁ ଡକାଇଥିଲେ ମଧ୍ୟ, ସେମାନେ ମାଙ୍କଡ଼ ଧରିବା ରେ ବିଫଳ ହୋଇ ଫେରିଯାଇଛନ୍ତି। ବର୍ତ୍ତମାନ ମାଙ୍କଡ଼ ଟି ଗ୍ରାମରୁ କିଭଳି ଯିବ ଗ୍ରାମବାସୀ ଚିନ୍ତାରେ ପଡ଼ି ହନ୍ତସନ୍ତ ହେଉଛନ୍ତି। ଏ ସଂକ୍ରାନ୍ତରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ପ୍ରତିନିଧି ଲିଙ୍ଗରାଜ ସ୍ୱାଇଁ ସମସ୍ତ ପ୍ରଶାସନିକ ଅଧିକାରିଙ୍କୁ ମାଙ୍କଡ଼ଟିକୁ ଧରି ନେବାକୁ ଜଣାଇଥିବା ବେଳେ ଗ୍ରାମବାସୀ ମାନେ କିଭଳି ଏହି ବିପଦରୁ ଉଦ୍ଧାର ହେବେ ସେ ନେଇ ଚିନ୍ତିତ ରହିଛନ୍ତି।
ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ଜଙ୍ଘାର ଗ୍ରାମବାସୀ ମାନେ ଦାବୀ ଜଣାଇଛନ୍ତି।
Comments are closed.