ବାଲିପାଟଣା : ବାଲି ମାପିଆଙ୍କ ପରେ ଦିନକୁ ଦିନ ବଢି ଚାଲିଛି ମାଟି ମାଫିଆଙ୍କ ଦୌରାତ୍ମ୍ୟ । ମାଟି ଚୋରଙ୍କୁ ବିରୋଧ କରିବାରୁ ଆକ୍ରମଣର ଶିକାର ହେଲେ ୩ ଯୁବକ । ଗୁରୁତର ଯୁବକ ମାନେ ହେଲେ ନିରଞ୍ଜନ ପାତ୍ର, ସୌମେନ୍ଦ୍ର ଜେନା ଓ ଶରତ ଜେନା । ଘଟଣା ଘଟିଛି ବାଲିପାଟଣା ସୁଆଁଲୋ ଗାଁରେ ।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ସୁଆଁଲୋ ଗାଁରେ ମାଟି ଚୋରି ହେଉଥିଲା। ଏହା ଜାଣିପାରି ଗାଁର କିଛି ଲୋକ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ମାନେ ଖଣ୍ଡା,ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଅଧିକ ପଚରାଉଚରା କରିବା ସହ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି।